December 21, 2025
Home » ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା _୨୦୨୪_୨୫ ପାଳିତ

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା _୨୦୨୪_୨୫ ପାଳିତ

0
WhatsApp Image 2024-12-25 at 6.43.53 PM

କନ୍ଧମାଳ ଜିଲ୍ଲା ଫୁଲବାଣୀ ବି ,ଟି ,ଏମ ପଡ଼ିଆ ରେ ତା-୧୮-୧୨-୨୪,ରିଖ ଠାରୁ _୨୨-୧୨-୨୦୨୪ ରିଖ ପାଞ୍ଚ ଦିନ ଧରି , ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା _୨୦୨୪-୨୫ , ପାଳିତ ହୋଇଯାଇଛି। ଏହି ତିନୋଟି, ବ୍ଲକ ଯଥା, ଖଜୁରିପଡା , ଫୁଲବାଣୀ, ଫିରିଙ୍ଗିଆ ବ୍ଲକ ର ଚାଷୀ ଭାଇ, ଭଉଣୀ ମାନେ ଯୋଗ ଦେଇଥିଲେ ।-୨୦୨୪-୨୫- ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା କୁ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଯୁକ୍ତ ଉମାଚରଣ ମଲିକ ଶୁଭାରମ୍ଭ କରିଥିଲେ, ଏହି ଅବସରରେ କନ୍ଧମାଳ ଜିଲ୍ଲା କୃଷି ନିର୍ଦ୍ଦେଶକ ଫୁଲବାଣୀ ଶ୍ରୀ ସୁବାଷ ଚନ୍ଦ୍ର ବେହେରା, ଙ୍କ ନିର୍ଦ୍ଦେଶନାରେ ପ୍ରାୟ_୪୦ ଷ୍ଟଲ ଲାଗିଥିଲା।ଏହାକୁ ମାନ୍ୟବର ବିଧାୟକଙ୍କ ସହ କୃଷି ବିଭାଗର ନିର୍ବାହୀ ଅଧିକାରୀ, କୃଷକମାନେ ଷ୍ଟଲ ଗୁଡ଼ିକୁ ପରିଦର୍ଶନ କରୁଥିବା ସମୟରେ ଜଣେ ଷ୍ଟଲ ପ୍ରଦର୍ଶନ ବ୍ୟକ୍ତିଙ୍କ ପ୍ରତି ବିଧାୟକ ଶ୍ରୀ ଯୁକ୍ତ ଉମାଚରଣ ମଲିକ ଖପା ହୋଇଥିଲେ, ପରିଦର୍ଶନ କରୁଥିବା ବେଳେ ପ୍ରଥମେ ଫୁଲବାଣୀ ମୃତ୍ତିକା ସଂରକ୍ଷିତ ଓ ଜଳ ବିଭାଜିକା ସଂସ୍ଥା ର ପି,ଆଇ,ଏ – ଶ୍ରୀ କୁନା ବେହେରା ବିଧାୟକ ଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ,ତାପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ କସମ ଷ୍ଟଲ ପ୍ରଦର୍ଶନ ବେଳେ ବିଧାୟକ ଶ୍ରୀ ଯୁକ୍ତ ଉମାଚରଣ ମଲିକ ଙ୍କୁ କସମ କାର୍ଯ୍ୟାଳୟ ର ସଂପାଦକ ଶ୍ରୀ ସଂଜିତ କୁମାର ପଟ୍ଟନାୟକ ଫୁଲ ଗୋଛା ଦେଇ ସ୍ବାଗତ ଜଣାଇଥିଲେ,ଶେଷ ଷ୍ଟଲ ରେ ବିଧାୟକ ଶ୍ରୀ ମଲିକ ଶୁଭାରମ୍ଭ ଅବସରରେ ମାଣ୍ଡିଆ ଯାଉ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଷ୍ଟଲରେ ପିଇଥିଲେ। ଏବଂ ସୁସଜ୍ଜିତ ମଞ୍ଚରେ ମୂଖ୍ୟ ଅତିଥି ଭାବେ ସ୍ଥାନ ଅଳଙ୍କୃତ କରିଥିଲେ, ମଞ୍ଚରେ ଜିଲ୍ଲା କୃଷି ନିର୍ଦ୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା, କୃଷି ନିର୍ବାହୀ ଯନ୍ତ୍ରୀ କନ୍ଧମାଳ ଶ୍ରୀ ନରେନ୍ଦ୍ର ପାଣିଗ୍ରାହୀ, କୃଷି ଜିଲ୍ଲା ଅଧିକାରୀ ବାଲିଗୁଡା ଶ୍ରୀ ସିତା କାନ୍ତ ରାଉତ, ସହକାରୀ ଯନ୍ତ୍ରୀ ଶ୍ରୀ ମାନସ ନାୟକ, ଫୁଲବାଣୀ ବ୍ଲକ କୃଷି ଅଧିକାରୀ ସୁନିତା ମିଶ୍ର ସଭାକୁ ଅତିସୁନ୍ଦର ଭାବରେ ନିଜର କୃଷି ବିଭାଗର _ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା _୨୦୨୪_୨୫ କୁ ଆସିଥିବା ତିନୋଟି ବ୍ଲକ ଯଥା ଖଜୁରିପଡା ଫୁଲବାଣୀ ଫିରିଙ୍ଗିଆ ବ୍ଲକ ର ଚାଷୀ ଭାଇଭଉଣୀ ମାନଙ୍କ ସହିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିଜର ସୁନ୍ଦର କଣ୍ଟ ସ୍ବରରେ ସଭା କାର୍ଯ୍ୟକୁ କୃଷକ ତଥା ଅତିଥି ମାନଙ୍କ ମନକୁ ମୋହିତ କରାଇ ଯନ୍ତ୍ରପାତି ବିଷୟରେ ସଭାପରିଚାଳନା କରିଥିଲେ ଏବଂ ପାଞ୍ଚ ଦିନ ଧରି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାl,

କନ୍ଧମାଳ ଜିଲ୍ଲା ପ୍ରତିନିଧି ଇ ପି ଏ ପ୍ରମୋଦ କୁମାର ନାୟକ

Leave a Reply

Your email address will not be published. Required fields are marked *