ଜିଲ୍ଲା ସ୍ତରୀୟ ଖାଉଟି ସଚେତନତା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ତାଲିମ୍ କେନ୍ଦ୍ର ରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହାୟତା ରେ ଉପ ନିୟନ୍ତ୍ରକ ବୈଧ ମାପ ବିଭାଗ ଓ ରେଆର ସୋନପୁରର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ସ୍ତରୀୟ ଖାଉଟି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଅଞ୍ଜଲିନା ପ୍ରଧାନ, ଜିଲ୍ଲା ଖାଉଟି ବିବାଦ ମୀମାଂସା ଆୟୋଗ ର ସଭାପତି ଉପାନନ୍ଦ ପୁରୋହିତ, ଅତିରିକ୍ତ ଯୋଗଣ ଅଧିକାରୀ ମୁଖ୍ୟାଳୟ ପ୍ରଭାତ କୁମାର ଦାସ, ଉପ ନିୟନ୍ତ୍ରକ ବାଗରାଇ ସୋରେନ, ଏନ ସି ସି ଛାତ୍ର ଗଗନ ପନୁଆ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ କୁ ରେଆରର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସଂଯୋଜନା କରିଥିବା ବେଳେ ଖାଉଟି ପରାମର୍ଶ କେନ୍ଦ୍ର ର ପରାମର୍ଶଦାତା ସୁଦାମ ଗାଈଗରିଆ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଶତ୍ରୁଘନ ବିଭାର, ସତ୍ୟବାନ ମହାକୁଳ ସହଯୋଗ କରିଥିଲେ l
ସୁବର୍ଣ୍ଣପୁରରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
