November 28, 2025
Home » ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ

0
WhatsApp Image 2025-02-11 at 12.42.38 PM

ମାଲକାନଗିରି ଜିଲ୍ଲା ସ୍ତରୀୟ “ଜାତୀୟ କୃମି ନାଶକ ଦିବସ ନିକଟସ୍ଥ ଦୀପ୍ତି କୋନଭେଣ୍ଟ ସ୍କୁଲ ଠାରେ ତା.୧୦/୦୨/୨୦୨୫ ରିଖ (ସୋମବାର) ପୂର୍ବାନ୍ନ ୧୦.୩୦ ଘଂଟିକା ସମୟରେ ଶୁଭ ଉଦଘାଟନ ହୋଇଯାଇଛି । ଡା. ବ୍ରଜବନ୍ଧୁ ଦାଶ, ଜିଲ୍ଲା ଚିକିସ୍ଛା ଅଧିକାରୀ(ଚିକିସ୍ଛା ସେବା) ତଥା ଅଧିକ୍ଷକ, ମାଲକାନଗିରି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ Iଏହି ଉଦଘାଟନ ଉସ୍ଚବରେ ଡା. ଦିବାକର ମାଝୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ଟିବି), ଡା . କବିତା ସ୍ଵାଇଁ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ମଶା ବାହିତ ବIହିର୍ରଗ), ଶ୍ରୀମତୀ. ଇନ୍ଦିରା ପ୍ରଧାନ, ସହକାରୀ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣୀ, ଶ୍ରୀ. ଗୌରାଙ୍ଗ ସର୍ଜନ,ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ, ଶ୍ରୀ.ଅଶ୍ଵିନ କୁମାର ମାଝୀ, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ,ଶ୍ରୀ. ସୁମସ୍ତ କୁମାର ମାଝୀ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରିନିସପାଲ ଦୀପ୍ତି କୋନଭେଣ୍ଟ ସ୍କୁଲ ଏବଂ ଜିଲ୍ଲା ସ୍ତୋରୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଗଣ ଉପସ୍ଥିତ ପ୍ରଥମେ ଉପସ୍ଥିତ ଅଥିତିଙ୍କ ଦ୍ଵାରା ରିବନ କାଟି କାର୍ଯ୍ୟକ୍ରମକୁ ଶୁଭାରମ୍ବ କରଯାଇଥିଲା I
ଏହା ପରେ ସମସ୍ତ ଅଥିତି ଉପସ୍ଥିତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କୃମି ନାଶକ ଦିବସ ପIଳନ ବିଷୟରେ ନିଜ ନିଜ ଅଭିଭାଷଣ ଦେଇ ସଚେତନତା କରିଥିଲେ I ଡା. ବ୍ରଜବନ୍ଧୁ ଦାଶ, ଜିଲ୍ଲା ଚିକିସ୍ଛା ଅଧିକାରୀ(ଚିକିସ୍ଛା ସେବା) ତଥା ଅଧିକ୍ଷକ, ମାଲକାନଗିରି ଛାତ୍ର ଛାତ୍ରୀ ମାନଙ୍କୁ କୃମି କିପରି ବ୍ୟାପିଥାଏ, କୃମିଯୋଗୁ ଶିଶୁଙ୍କୁ ହେଉଥିବା କ୍ଷତି, କୃମି ମୁକ୍ତ ଶିଶୁ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମିଳୁଥିବା ଲାଭ ସଂପର୍କରେ ବୁଝେଇ କୋହିଥିଲେ I ଡା . କବିତା ସ୍ଵାଇଁ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ମଶା ବାହିତ ବIହିର୍ରାଗ) କୃମି ନାଶକ ବଟିକା ସହ କୃମି ସଂକ୍ରମଣ ରକିବାର ଅନ୍ୟ ଅଭ୍ଯାସ ବିଷୟରେ ବୁଝେଇ କୋହିଥିଲେ I ଶ୍ରୀମତୀ. ଇନ୍ଦିରା ପ୍ରଧାନ, ସହକାରୀ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣୀ କୃମି ନାଶକ ବଟିକା କିପରି ଉଭୟ ଶିଶୁ ଓ କିଶର କିଶରୀ ମାନଙ୍କ ନିମନ୍ତେ ନିରାପଦ ସେ ବିଷୟରେ ବୁଝେଇ କୋହିଥିଲେ I ଶ୍ରୀ. ଗୌରାଙ୍ଗ ସର୍ଜନ,ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ, ଶ୍ରୀ.ଅଶ୍ଵିନ କୁମାର ମାଝୀ, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଓ ଶ୍ରୀ. ସୁମସ୍ତ କୁମାର ମାଝୀ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଫେବୃଆରୀ ୧୦ ତାରିଖରେ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ଯେପରି ଏହି କୃମି ନାଶକ ବଟିକା ଖାଇବେ ସେ ବିଷୟରେ ବିସ୍ତୃତ ଭାବେ ବୁଝେଇ କୋହିଥିଲେ I ଡା. ଦିବାକର ମାଝୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ(ଟିବି)ଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ କୃମି ନାଶକ ବଟିକା ଖୁଆ ଯାଇଥିଲା I
ଚଳିତ ମାସ ଫେବୃଆରୀ ୧୦ ତାରିଖରେ ଜିଲ୍ଲାରେ ସର୍ବମୋଟ ୨୨୨୦୬୭ ଜଣ ଶିଶୁ ଏବଂ ବାଳକ ବାଳିକା ବୟସ ୧ ବର୍ଷରୁ ୧୯ ବର୍ଷ ଏହି କୃମି ନାଶକ ବଟିକା/ ସିରୋପ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଖୁଆଇବାର ଧାର୍ଯ୍ୟ ରଖାଯାଇଛି I ଏହା ସହ ୨୦ ବର୍ଷରୁ ୨୪ ବର୍ଷର ୨୫୫୩୨ ଜଣ ମହିଳା ମାନଙ୍କୁ ମଧ୍ୟ କୃମି ନାଶକ ବଟିକା ଖୁଆଇବା ନିମନ୍ତେ ବ୍ୟବସ୍ତା କରାଯାଇଛି I ଏହା ସହ ଯେହୁ ମାନେ ଫେବୃଆରୀ ୧୦ ତାରିଖ ରେ ବଟିକା ଖାଇବାରେ ବାଦ ପୋଡିଥିବେ ସେମାନଙ୍କୁ ଫେବୃଆରୀ ୧୭ ତାରିଖରେ ଖୁଆଇବାର ବ୍ୟବସ୍ତା କରାଯିବ I
ଏହି ଉଦଘାଟନ ଉସ୍ଚବର କାର୍ଯ୍ୟକ୍ରମକୁ ଡା. ଦୂର୍ଗା ପ୍ରସାଦ ରାଜ, ମହାମାରୀ ବିଶେଷଜ୍ଞ ପରିଚାଳନା କୋରିଥିଲେ ଏବଂ ଶ୍ରୀ। ଶିବ ପ୍ରସାଦ ପ୍ରହରାଜ, DICA, ଶ୍ର. ଓମ ପ୍ରକାଶ ସା, AM, CP, ଶ୍ରୀ. ହୋରିବନ୍ଦୁ ଦେଶୀନାୟକ,AM, RBSK/RSSK ଓ ଶ୍ରୀ.ଶ୍ୟାମ ସୁନ୍ଦର ମାଝୀ, ADPHCO ସହଯୋଗ କୋରିଥିଲେ I ପ୍ରିନିସପାଲ ଦୀପ୍ତି କୋନଭେଣ୍ଟ ସ୍କୁଲ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *