November 13, 2025
Home » ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳିତ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳିତ

0
WhatsApp Image 2025-11-01 at 8.59.21 PM

ରାୟଗଡ଼ ଜିଲ୍ଲା ପ୍ରଶାସନ ତଥା ଦୁର୍ନୀତି ନିବାରଣ ବିଭାଗ ତରଫରୁ ଶନିବାର ଦିନ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ କକ୍ଷରେ ଆୟୋଜିତ ଏହି ସାଧାରଣ ସଭାରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦପଙ୍କଜରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପ ମାଲ୍ୟାର୍ପଣ କରି ଶୁଭାରମ୍ଭ କରିଥିଲେ । ଅତୀତରେ ଭାରତୀୟଙ୍କ ନୀତି, ସଂସ୍କାର ଓ ମୂଲ୍ୟବୋଧର ଭୂୟଷୀ ପ୍ରଶଂସା କରିବା ସହ କାଳକ୍ରମେ ଲୋକଙ୍କ ଚାରିତ୍ରିକ ସ୍ଖଳନର ଅନେକ ନମୁନା ଉପସ୍ଥାପନ କରି ସମାଜରେ ନାଗରିକଙ୍କ ନୈତିକ ମୂଲ୍ୟବୋଧ ବିକାଶର ଆବଶ୍ୟକତା ବିଷୟରେ କହିଥିଲେ । ଛୋଟ ଛୋଟ ଘଟଣାରୁ ଦୁର୍ନୀତି ପ୍ରାରମ୍ଭ ହୁଏ ପରେ ବୃହତ ରୂପ ନେଇଥାଏ। ଏହାର ମୁଳ ଉତ୍ପାଟନ ନିମନ୍ତେ ସାମୁହିକ ପ୍ରଚେଷ୍ଟା ଜରୁରୀ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ମୁଖ୍ଯ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ ଡ: ଦୁଷ୍ମନ୍ତ କୁମାର ମହାନ୍ତି ଓ ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଆଇନଜିବୀ ପଦ୍ମନାଭ ଦାଶ ଏବଂ ଦୁର୍ନୀତି ନିବାରଣ ବିଭାଗ ରୁ ଉପ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣୀ ଟାକ୍ରୀ ମଞ୍ଚାସୀନ ହୋଇ ନିଜ ବକ୍ତବ୍ୟ ରଖିଥିଲେ।ଦେଶକୁ ଦୁର୍ନୀତି ମୁକ୍ତ କରିବା ସାମୁହିକ ଦାଇତ୍ଵ । ଲୋଭ ଓ ଆଶକ୍ତି ର ବଶବର୍ତ୍ତୀ ନହୋଇ ସମାଜରେ ଭଲ ମଣିଷଟିଏ ହେବାର ଉଦାହରଣ ସୃଷ୍ଟି କରିବାକୁ ସମସ୍ତ ବକ୍ତା ଉପସ୍ଥାପନ କରିବା ସହ ଦୁର୍ନୀତି ନିବାରଣ ନିମନ୍ତେ ବିଭିନ୍ନ ଆଇନଗତ ବ୍ୟବସ୍ଥା ବିଷୟରେ ଅବଗତ କରିଥିଲେ । ଦୁର୍ନୀତି ମନୋବଳକୁ ଦୁର୍ବଳ କରାଏ ଏବଂ ସାଧୁତା ସୁଦୃଢ କରାଏ ବୋଲି ମତ୍ତ ବ୍ୟକ୍ତ କରିଥିଲେ। ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶପଥପାଠ କରାଇଥିଲେ ।ସକାଳ ନଅ ଘଟିକା ସମୟରେ ଏକ ବିରାଟ ରାଲି ଗଜପତି ଛକଠାରୁ ଆରମ୍ଭ ହୋଇ ରାୟଗଡ଼ ମୁଖ୍ୟରାସ୍ତା, ବ୍ଳକ କାର୍ଯ୍ୟାଳୟ ଦେଇ ଜିଲ୍ଲାପରିଷଦ କକ୍ଷ ପରିସରରେ ପହଞ୍ଚିଥିଲା। ପ୍ଲାକାର୍ଡ ଓ ସ୍ଲୋଗାନରେ ସହର ମୁଖରିତ ହୋଇଉଠିଥିଲା ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ଏହାକୁ ଉଦଘାଟନ କରିଥିଲେ। ଏଥିରେ ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ଗତ ତା ୨୭ ଅକ୍ଟୋବର ଠାରୁ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଆୟୋଜନ କରାଯାଇଥିଲା ।ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରାରମ୍ଭିକ ସୂଚନା ଦେବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ନୀଳାଞ୍ଚଳ ମିଶ୍ର ଏହାର ସଂଯୋଜନା କରିଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *