December 26, 2024
Home » ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ରେ ଚାଷୀ ନେତା ଓ ସାମ୍ୱାଦିକ ଙ୍କୁ କାହିଁକି ବାରଣ କରାଗଲା?

ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ରେ ଚାଷୀ ନେତା ଓ ସାମ୍ୱାଦିକ ଙ୍କୁ କାହିଁକି ବାରଣ କରାଗଲା?

0

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଚାଷୀ ପ୍ରତିନିଧିଙ୍କୁ ‘ନା’ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବସିଥିଲା ଧାନ କ୍ରୟ କମିଟି ର ବୈଠକ। ତେବେ ଉକ୍ତ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିରେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ସଂଗଠନ ପ୍ରତିନିଧି ମନଙ୍କୁ ସାମିଲ କରିବା ପାଇଁ ପୂର୍ବରୁ ମିଳିତ ଚାଷୀ ସଂଗଠନ ଦାବି କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା l କିନ୍ତୁ ବୈଠକରେ କିଛି ଚାଷୀ ନେତାଙ୍କୁ ଡାକି ଦେଇ କୌଣସି ଚାଷୀ ସଂଗଠନ ପ୍ରତିନିଧିଙ୍କୁ ଡକା ଯାଇ ନ ଥିଲା। ବରଂ ବୈଠକକୁ ମିଳିତ ଚାଷୀ ସଂଗଠନ ନେତା ମାନେ ଯିବାକୁ ପୁଲିସ ସେମାନଙ୍କୁ ବାରଣ କରିଥିଲା। ନବ ନିର୍ମାଣ କୃଷକ ସଂଗଠନ ର ନେତ୍ରୀ ବୈଠକ କୁ ଯିବା ପାଇଁ ଜିଲ୍ଲାପାଳଙ୍କୁ କହିବାରୁ ଜିଲ୍ଲାପାଳ “ଯାକେ ରୋଟି ସେକୋ” ବୋଲି କହିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଅଭିଯୋଗ କରିଛନ୍ତି ସୋନାଲି। ଫଳରେ ସେଠାରେ ପ୍ରତିବାଦ କରି ସଂଗଠନର ନେତାମାନେ ନାରାବାଜି କରିବା ସହ ଚାଷୀ ନେତ୍ରୀ ସୋନାଲି ବିଶି ଓ ଚାଷୀ ନେତା ପ୍ରଦ୍ୟୁମ୍ନ ପାଢ଼ୀ ସେଠାରେ ଧାରଣାରେ ବସିଥିଲେ। ପୁଲିସ ସେମାନଙ୍କୁ ଘୋଷାଡ଼ି ବାହାରକୁ ବାହାର କରିବା ସହ ଅଫିସ ବାହାରେ ବସେଇ ଦେଇଥିଲା। ଅନ୍ୟ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ରେ ଚାଷୀ ନେତା ତଥା ପ୍ରତିନିଧି ମାନଙ୍କୁ ସାମିଲ କରାଯାଉ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ କିନ୍ତୁ ତାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ସେମାନଙ୍କୁ ସାମିଲ କରାନଯିବା ଅଗଣତାନ୍ତ୍ରିକ ବୋଲି ନବ ନିର୍ମାଣ କୃଷକ ସଂଗଠନ ର ରାଜ୍ୟ ଉପ ସଭାନେତ୍ରୀ ସୋନାଲି ବିଶି, ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ, ପ୍ରଦ୍ୟୁମ୍ନ ପାଢ଼ୀ, ସୁଧୀର ବଘାର ପ୍ରମୁଖ କହିଛନ୍ତି। ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଙ୍କ କଟନି ଛଟନି ବନ୍ଦ୍ ଓ ଧାନ କିଣା ରେ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ୍ କରିବାକୁ କଡା ନିର୍ଦ୍ଦେଶ ଆସିବା ପରେ ଚାଷୀ ଙ୍କ ଧାନ କିଣା ରେ ଓଜନ ଟେମ୍ପରିଂ ଭଳି ଆଉ କିଛି ଏଇ ଗୁପ୍ତ ବୈଠକ ରେ ଖୋଜା ଯାଇନି ତ ?

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *