February 5, 2026
Home » ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2026-01-14 at 12.51.00 AM

ନବରଙ୍ଗପୁର : ସ୍ଥାନୀୟ ଓସୱାନ ଭିସି ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ମେଳା ୨୦୨୫-୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀ ଆନନ୍ଦ ଚନ୍ଦ୍ର ପଳେଇ ନିଯୁକ୍ତି ମେଳା ବିଷୟରେ ସୂଚନା ଦେଇଥିଲେ। ନିଯୁକ୍ତି ମେଳାରେ ୧୫ ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଏବଂ ୩୦ ରୁ ଅଧିକ ନିଯୁକ୍ତିଦାତା ଅଂଶଗ୍ରହଣ କରିବେ। ବୈଠକରେ ନିଷ୍ପତ୍ତି କ୍ରମେ ଆସନ୍ତା ୪.୨.୨୦୨୬ ରିଖ ଦିନ ସ୍ଥାନୀୟ ରାଜା ଚୈତନ୍ୟଦେବ ହାଇସ୍କୁଲ ଖେଳପଡ଼ିଆରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏଥିରେ ୧୦୦୦ ରୁ ଅଧିକ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।ଦୂର ଦୂରାନ୍ତ ର ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ଯାନ ର ବ୍ୟବସ୍ଥା କରିବାକୁ ଆର୍ ଟି ଓ ଙ୍କୁ ଦାୟିତ୍ୱ ଦିଆଗଲା ।ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର କରିବାକୁ ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଡିଗ୍ରୀ କଲେଜର ଅଧ୍ୟକ୍ଷ ଏବଂ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଶୀଘ୍ର ପ୍ରଚାର ପ୍ରସାର ସାମଗ୍ରୀ ଯୋଗାଇବାକୁ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ରାଜସ୍ୱ) ବିଶ୍ୱଜିତ୍ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ,ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସ୍ତରୀୟ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ବୈଠକ ରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *