ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ପୋଷଣ ମାସ ଟାଉନ ହଲ ପରିସରରେ ପାଳିତ ହୋଉଇଥିଲା।ଜିଲ୍ଲା ପ୍ରଶାସନ, ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ରହିବା ପାଇଁ ପୋଷଣ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି ବୋଲି କହିଥିଲେ।ପୂର୍ବରୁ ପ୍ରତି ପରିବାରର ବାଡ଼ି ବଗିଚା ରେ ହେଉଥିବା ସତେଜ ପନିପରିବା ଖାଇ ସମସ୍ତେ ସୁସ୍ଥ ଓ ନିରୋଗ ରହୁଥିଲେ।ସମୟ ବଦଳିବା ସହ ଖାଦ୍ୟ ଗ୍ରହଣର ତରିକା ବଦଳିଛି।ଆଜି କାଲି ର ପିଲା ମାନେ ଆମ ପାରମ୍ପରିକ ଖାଦ୍ୟ ଯାହା ପୁଷ୍ଟିକର ଓ ସ୍ବାସ୍ଥ୍ୟ ପ୍ରଦ ତାକୁ ନା ପସନ୍ଦ କରି ଜଙ୍କ ଫୁଡ ଖାଇ ଅସୁସ୍ଥ ହେଉଛନ୍ତି।
ଆମ ସମସ୍ତେ ଏ ସମ୍ପର୍କରେ ସଚେତନ ହେବା ଓ ସମସ୍ତ ଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।ଅନ୍ୟତମ ଅତିଥି ଭାବେ ପୁରୀ ପୌରପାଳିକା ର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଆମ ପାରମ୍ପରିକ ଖାଦ୍ୟ ରେ ଯେଉଁ ପୁଷ୍ଟି ଓ ଶକ୍ତି ରହିଛି ତାହା ଅନ୍ୟ କେଉଁଠାରେ ମିଳିବ ନାହିଁ।
ଏଠାରେ ପ୍ରଦର୍ଶିତ ଖାଦ୍ୟ ସମୁହ ତାହାର ଉଦାହରଣ।ଅଙ୍ଗନବାଡି ରେ ଦିଆ ଯାଉଥିବା ଖାଦ୍ୟ ପ୍ରଣାଳୀ ସମ୍ପର୍କରେ ସମସ୍ତ ମା ମାନଙ୍କୁ ସଚେତନ କଲେ ଏହାର ଉପକାରିତା ମିଳିପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସବୁଦିନ ପୋଷଣ ର ଦିନ ଓ ପ୍ରତେକ ପ୍ରାକୃତିକ ଶାଗ ମୁଗ,ପନିପରିବା ଓ ପାରମ୍ପରିକ ପ୍ରଣାଳୀ ରେ ପ୍ରସ୍ତୁତ ଖାଦ୍ୟ କୁ ଗ୍ରହଣ କଲେ ଡାକ୍ତରଖାନା ଯିବାର ଆବଶ୍ୟକତା ପଡିବ ନାହିଁ ବୋଲି କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ଅତିଥି ମାନଙ୍କୁ ସ୍ବାଗତ, କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।ପରେ ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଶ୍ରେଷ୍ଠ ହୋଇଥିବା ଅଂଶଗ୍ରହଣ କାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଏହି ଅବସରରେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା।ପୂର୍ବରୁ ପୋଷଣର ଉପକାରିତା ନେଇ ଏକ ସଚେତନତା ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ସମାଜ କଲ୍ୟାଣ କାର୍ଯ୍ୟାଳୟ ର ପୋଷଣର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର,ମମତା ର ଡିପିସି ପ୍ରଣତି ମହାନ୍ତି, ସୁପରଭାଇଜର ବାଲ୍ୟବତୀ ମହାନ୍ତି ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )