ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଏବଂ ସଚେତନତା ରଥ ଶୁଭାରମ୍ଭ : ବିଦ୍ୟାଳୟ ପରିବେଶକୁ ଜିଲ୍ଲାପାଳ ଙ୍କ ପ୍ରଶଂସା
ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମ ଲେଖା ପାଇଁ “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ” ଏବଂ “ଶିକ୍ଷା ସଚେତନତା ରଥ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଭାସ୍କର ଲେଙ୍କା, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା ହାଡିବନ୍ଧୁ ବେହେରା,ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ସି ଡି ପି ଓ ଦୀପ୍ତି ମୟୀ ପାତ୍ର, ସ୍ଥାନୀୟ ସରପଞ୍ଚ ସୁଜାତା କର୍ଣ୍ଣ, ଧଳପୁର ର ସମିତି ସଭ୍ୟା ସନ୍ଧ୍ୟାରାଣୀ ନାୟକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୋୖଲସ୍ତି ଭୋକ୍ତା ମଂଚାସୀନ ରହିଥିଲେ l ପ୍ରଥମେ ମଂଚାସୀନ ଅତିଥି ଗଣ ବିଦ୍ୟାଦାତା ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ବତୀ ପ୍ରଦୀପ ପ୍ରଜ୍ବଳନ କରି ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସ୍ୱାଗତ ସଂଗୀତ ଗାନ ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉତ୍ସବ ଉପରେ ନିଜ ନିଜ ମତ ରଖିଥିଲେ l ୨୦୨୬-୨୭ ଶିକ୍ଷା ବର୍ଷ ଆରମ୍ଭ କୁ ନେଇ ବିଦ୍ୟାଳୟ ସ୍ତରରେ ଅଙ୍ଗନୱାଡି ରୁ ଆସୁଥିବା ଏବଂ ଶିଶୁବାଟିକା ରେ ନାମ ଲେଖେଇବାକୁ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ରେ ନାମ ଲେଖେଇବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷରିତ ଥିବା ନିମନ୍ତ୍ରଣ ପତ୍ରକୁ ପୂର୍ବରୁ ଛାତ୍ର ଅଭିଭାବକ ମାତାପିତା ଙ୍କୁ ବଣ୍ଟନ କରାଯାଇଥିଲା ଏବଂ ଆଜି ଏପ୍ରିଲ ୪ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ରେ ଜିଲ୍ଲା ସ୍ତରୀୟ ୪ ହଜାର ୬ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ନାମ ଲେଖାଇବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l ମଞ୍ଚ ରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ ରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ କୀଟ ଓ ୱା ସି ଡି ଏ ବାଉଶୁନି ର ପୋଗ୍ରାମ କୋଡିନେଟର ଶୁଭଲକ୍ଷ୍ମୀ ବାରିକ ଙ୍କ ପକ୍ଷରୁ ମଧ୍ୟ କୀଟ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୋହିତ ର ମନ୍ତ୍ର ପାଠ ରେ ଛାତ୍ର ଛାତ୍ରୀ ଙ୍କୁ ସ୍ଵ ହସ୍ତରେ ଖଡ଼ି ଛୁଆଁଇଁ ଥିଲେ l ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧଳପୁର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲା ବେଳେ ବିଦ୍ୟାଳୟ ଏକ ମନ୍ଦିର ସଦୃଶ ଥିବାରୁ ବିଦ୍ୟାଳୟ ପରିସରରେ ଥିବା ଲୁମ୍ବିନୀ ଉଦ୍ୟାନ, ବ୍ୟାସ ଦେବ କୁଟୀର,ଯୋମେଟ୍ରିକଲ ଉଦ୍ୟାନ କୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଶୁଭ ଉଦଘାଟନ କରିଥିବା ସହିତ ଉତ୍ସବ ରେ ଶିଶୁ ଙ୍କ ସହଜ ପାଠ ପଢା ପାଇଁ ଗପ ରାଇଜ, ରଙ୍ଗ ଦୁନିଆ, ଖେଳ ମାଧ୍ୟମ ରେ ଶିକ୍ଷ। ପାଇଁ ତିନି ଗୋଟି ଶିକ୍ଷଣ କୋଣ ଷ୍ଟଲ କୁ ପରିଦର୍ଶନ କରିଥିଲେ l ପରେ ତିନ ବ୍ଲକ ପାଇଁ ତିନୋଟି ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ କୁ ତିନି ଗୋଟି ସଚେତନତା ରଥ କୁ ଅତିଥି ଗଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମଞ୍ଚ କାର୍ଯ୍ୟକ୍ରମ କୁ ନବ କିଶୋର ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ପିପଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରାମଗଡ ଉଚ୍ଚ ପ୍ରାଥମିକ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସଚେତନତା ଭିତିକ ନୃତ୍ୟ ଅତି ଚିତ୍ତାକର୍ଷକ ଥିବା ବେଳେ ସାଂକୃତିକ କାର୍ଯ୍ୟକ୍ରମ ମନୋରଞ୍ଜନ କରିଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ, ଅଭିଭାବକ,ତଥା ବହୁସଂଖ୍ୟକ ମହିଳା ଅଭିଵାବିକା ,ସି ଆର ସି ସି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.। ଶିକ୍ଷକ ମାନଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟକ୍ରମ ଉପରେ ଦାସକାଠିଆ ପରିବେଷଣ କରାଯାଇଥିଲା ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
