March 15, 2025
Home » ଜିଲ୍ଲା ସ୍ତରୀୟ ବେଟି ବଚାଅ ବେଟି ପଢାଅ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ବେଟି ବଚାଅ ବେଟି ପଢାଅ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

0

ବେଟି ବଚାଅ ବେଟି ପଢାଅ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବାହ୍ନ ୧୦. ୦୦ଘଟିକା ସମୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ କିଶୋରୀ ବାଳିକା, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ରୀ ଏବଂ ହାଇସ୍କୁଲର ଛାତ୍ରୀ ମାନଙ୍କ ଦ୍ୱାରା ସାଇକେଲ ରାଲି ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଶୁଭାରମ୍ଭ କରିଥିଲେ।
ଗତ ଦଶନ୍ଧିରେ ବାଳିକା ଶିଶୁର ସୁରକ୍ଷା, ସେମାନଙ୍କର ଶିକ୍ଷାର ବିକାଶ ଏବଂ ଲିଙ୍ଗଗତ ଅସମାନତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


ଅଙ୍ଗନବାଡି କେନ୍ଦ୍ର ସ୍ତରରେ, ଗ୍ରାମ ସ୍ତରରେ, ବିଦ୍ୟାଳୟ ସ୍ତରରେ, ଗ୍ରାମ ସଭା ଆୟୋଜନ ମାଧ୍ୟମରେ ଓ ଜିଲ୍ଲା ସ୍ତରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରିବା ନିମନ୍ତେ ସ୍ଥିର କରାଯାଇଛି I କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆଜି ୫ଟି କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା କରାଯାଇଥିଲା I ବାଳିକା ଏବଂ ମହିଳାଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାକୁ ବିକାଶ ଡ୍ରାଇଭ୍ ପ୍ରତିଫଳିତ କରିଥିଲା ​​। ମହିଳା ମହାବିଦ୍ୟାଳୟ ଠାରେ ରଙ୍ଗୋଲି ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତିଯୋଗିତାରେ କୃତିତ୍ଵଙ୍କୁ ସମ୍ମାନିତ କରିବା ସମୟରେ କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଏକ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଥିଲା I


ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ ଯୋଗଦେଇ “ବେଟି ବଚାଓ ବେଟି ପଦାଓ” କାର୍ଯ୍ୟକ୍ରମରେ ଅଗ୍ରଗତି ଏବଂ ବାଳିକା ଶିକ୍ଷା ତଥା ନିରାପତ୍ତା ସହ କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଓ ସୁରକ୍ଷା ପାଇଁ ଯୋଜନା କରିଥିବା ସହ ନିଆଯାଇଥିବା ପ୍ରତିବଦ୍ଧତା ତଥା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଏଥିସହ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷI ଓ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷI ପ୍ରମୁଖ ଯୋଗ ଦେଇ ପରିଶେଷରେ କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଅଂଶଗ୍ରହଣକାରୀମାନେ ବାଳିକା ଶିଶୁର ଅଧିକାରକୁ ପ୍ରାଥମିକତା ଦେବା ଏବଂ ସେମାନଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *