August 27, 2025
Home » ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୪

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୪

0
WhatsApp Image 2024-12-02 at 12.44.10 PM

କନ୍ଧମାଳ ଜିଲ୍ଲା ଫୁଲବାଣୀ କର୍ପୋରେସନ ପଡିଆ ଠାରେ ତା ୨୯_୩୦ ୧୧ ୨୪ ରିଖ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୪ ଅନୁଷ୍ଠିତ ହୋଇସାରିଛି ! ଏହି ମେଳା ଅବସରରେ ଅନୁଷ୍ଠିତ ବୋଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସଞ୍ଜୀବ କୁମାର ପଟେଲ , ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ସଭାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅଳକା ପଟ୍ଟନାୟକ ଅତିସୁନ୍ଦର ଭାବରେ ସଭାପରିଚାଳନା କରିଥିଲେ।

ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ ଯୋଗ ଦେଇ ନିଜ ଭାଷଣରେ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉପଯୋଗ କରି ଜିଲ୍ଲା ରେ ଚାଷିମାନେ ଲାଭବାନ ସୋଇପାରିବେ।ଗରିବ ରୁ ଅତି ଗରିବ ପରିବାରକୁ , କୁକୁଡ଼ା ଚିଆ଼଼ ଯୋଗାଇଦିଆଯିବ।ଗତ ବର୍ଷ ୧୧ ରୁ ୧୨ ଶହ ପରିବାରକୁ କୁକୁଡ଼ା ଚିଆ଼଼ ଯୋଗାଇ ଦିଆଯାଇଥିଲା।ଚଳିତ ବର୍ଷ ଦଶ ହଜାର ପରିବାରକୁ କୁକୁଡ଼ା ଚିଆ଼଼ ଯୋଗାଇଦିଆଯିବ। ଗ୍ରାମ ପଞ୍ଚାୟତ ସ୍ତରରେ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଗୋଷ୍ଠୀ ପିଛା ୩୦ ଟି ଛେଳି ଓ ଦୁଇ ଟି ବୋଦା ଯୋଗାଇ ଦିଆଯିବ। ଦୁଇ,ତିନି ହଜାର କୁକୁଡା ଚିଆ ରହିବା ପାଇଁ ସାତ ଲକ୍ଷ ମୂଲ୍ୟର ପ୍ରକଲ୍ପ କାର୍ଯ୍ୟକ୍ଷମ କରାଯିବା ସହ ସୂଚନା ଯୋଗ୍ୟ ଯେ ଚାଷୀ ଭାଇମାନେ ଜାଣିବା ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ଓ ସବସିଟ ଉପରେ ଅଧିକା ଜାଣିବା ପାଇଁ ଚାଷିମାନେ ବିଶେଷଜ୍ଞ ଙ୍କ ସହ ଯୋଗାଯୋଗ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ମଞାସିନ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅଶୋକ କୁମାର ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଓ ମୃତ୍ତୀକା ସଂରକ୍ଷଣ ବିଭାଗ ଶ୍ରୀ ପ୍ରସନ୍ନ କୁମାର ପାତ୍ର,କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ନରେନ୍ଦ୍ର କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ , ବିଭିନ୍ନ ପ୍ରକାରର ଷ୍ଟଲ ଲାଗିଥିଲା।ଓ ବହୁ ଚାଷୀ ଭାଇମାନେ ଯୋଗ ଦେଇ ଥିବା ବେଳେ ଅଧିକା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନେ ଯୋଗଦେଇଥିଲେ।ପ୍ରଥମେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଟିକାବାଲି ମା କାଳିଜାଇ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କୁ ସଫଳତା ସମ୍ବର୍ଦ୍ଧିତ କରିଥିଲେ ଓ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା ସଫଳ ଚାଷି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ଜିଲ୍ଲା ମସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ଧନ୍ୟବାଦ ଅର୍ପଣ କରିଥିଲେ।

ଫୋଟ ପ୍ରମୋଦ କୁମାର ନାୟକ ଫୁଲବାଣୀ ଇ ପି ଏ

Leave a Reply

Your email address will not be published. Required fields are marked *