ଜିଲ୍ଲା ସ୍ତରୀୟ ମଶ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମଶ୍ୟଓ ପ୍ରାଣୀସମ୍ପଦ ମେଳା ଦେଓଗଡ ଜିଲ୍ଲା ପ୍ରଧାନ ପାଟ ସ୍ଥିତ ବଡ ବଗିଚା ଠାରେ ଅନୁଷ୍ଟିତ ଦୁଇ ଦିନିଆ ମେଳା ଜିଲ୍ଲା ମଶ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ଆୟଜନ କରାଯାଇଛି। ରାଜ୍ୟ ସରକାର ଙ୍କ କାମଧେନୁ ଯୋଜନା ରେ 70% ସବ ସିଡି ଲୋକଙ୍କୁ ସୁବିଧାରେ ଜଗାଇ ଦିଆଯାଉଥିଲା ବେଳେ। ଚଳିତ ବର୍ଷ ଦେଓଗଡ ଜିଲ୍ଲା 80 ଜଣ ବ୍ୟକ୍ତି କାମଧେନୁ ଯୋଜନା ରେ ଉପକୃତ ହେବେ। ସେହିଭଳି ମାଛ ଚାଷ ଉପରେ ମଧ୍ୟ ସବସିଡି ଦିଆଯାଉଛି। ଅନୁଷ୍ଟିତ ମେଳାରେ ଦେଓଗଡ ଜିଲ୍ଲାପାଳ ମହୋଦୟ ଙ୍କ ସଭାପତି ରେ ଆୟୋଜିତ ମେଳା ଅନୁଷ୍ଠିତ ହୋଇଥିଲା ବେଳେ।
ମୁଖ୍ୟ ଅତିଥି ବିଧାୟକ ଦେଓଗଡ ଓ ସମ୍ମାନୀତ ଅତିଥି ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ତଥା- ବିଜେପି ଜିଲ୍ଲା ସଭାପତି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ ଉପଷ୍ଟିତ ରହି କେମିତି ଦେଓଗଡ ଜିଲ୍ଲା ବାସି ରାଜ୍ୟ ସରକାର ଙ୍କ ସବସିଡି ଯୋଜନା ରେ ଉପକୃତ ହେବେ ଶ୍ରୀ ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଅରୁଣ କୁମାର ସାହୁ ମହୋଦୟ ମେଳା ରେ ସାମିଲ ଥିବା SHG ମହିଳା ମାନଙ୍କୁ ସମସ୍ତ ବିବରଣୀ ପାଠ କରିଥିଲେ। ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଙ୍କ କହିବା କଥା ଦେଓଗଡ ଜିଲ୍ଲା ଏକ ଚାଷୀ ବହୁଳ ଜିଲ୍ଲା ଏହି ଜିଲାରେ ଆଗମୀ ଦିନରେ କେମିତି ଭରପୁର ମାତ୍ରାରେ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ଚାଷ ସମଧୀୟ ସାମଗ୍ରୀ ରାଜ୍ୟ ସରକାର ଙ୍କ ତରଫରୁ ଯୋଗାଇ ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହଯୋଗରେ ଦେଓଗଡ ଜିଲ୍ଲା ର ବିକାଶ ନିମନ୍ତେ ଆଗେଇ ନେବା ପାଇଁ ପ୍ରତିଶୁତି ଦେଇଥିଲେ। ଅନୁଷ୍ଟିତ ମେଳା ରେ ଦେଓଗଡ ଜିଲ୍ଲା ର କିଛି କ୍ଷୁଦ୍ର ବବସାହି ଙ୍କୁ ପୁରସ୍କାର ରାଶି ବିତରଣ କରିଥିଲେ।
debagarh ru debananda nayak nka report