December 2, 2025
Home » ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ – ୨୦୨୫ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ – ୨୦୨୫ ଅନୁଷ୍ଠିତ

0
1000797966
ନୟାଗଡ: ନୟାଗଡ ଜିଲ୍ଲା ମୁଖ୍ୟ ଶିବ ନାରାୟଣ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ୨୦୨୫ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନୟାଗଡ ପଞ୍ଚାୟତ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ମାଣ୍ଡିଆ ଦିବସ ପାଳନ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ପର୍ଶୁରାମ ସ୍ୱାଇଁ , କୃଷି ବିଜ୍ଞାନ କେନ୍ଦ୍ର ନୟାଗଡ଼ର ପ୍ରମୁଖ ବୈଜ୍ଞାନିକ ଅନିଲ କୁମାର ସ୍ବାଇଁ, ଅତିରିକ୍ତ ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ଡ.ଅକ୍ଷୟ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ।
“କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣ ରେ ମହିଳାଙ୍କ ଭୁମିକା” ଶିର୍ଷକ ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ ତଥା ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଶସ୍ୟର ପୋଷଣ ଗୁଣବତ୍ତା ତଥା ପରିବେଶ ଅନୁକୂଳ ପ୍ରଭାଵ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଅତିଥି ବୃନ୍ଦ ଏହି ଚାଷରେ ବୈଜ୍ଞାନିକ ଜ୍ଞାନକୌଶଳ ବିନିଯୋଗ କରି କିପରି ଉତ୍ପାଦନ ବୃଦ୍ଧି କରାଯାଇ ପାରିବ ସେଥିପ୍ରତି କୃଷକମାନଙ୍କ ମଧ୍ୟ ରେ ସଚେତନତା ସୃଷ୍ଟି କରିଥିଲେ । ମହିଳା ଚାଷୀ ମାନେ ପାରମ୍ପରିକ ଫୁଲଗୁଡ଼ିକୁ ସଂରକ୍ଷଣ କରିବା ସହ ଜୈବ ବିବିଧତାକୁ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ,ଏବଂ ମାଣ୍ଡିଆକୁ ନେଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ପ୍ରତ୍ୟେକ ଦିନ ଘରର ଖାଦ୍ୟ ‌ଥାଳିରେ କିପରି ପରସି ପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ପୁଷ୍ଟିକର ଖାଦ୍ୟ  ଶସ୍ୟ ଉତ୍ପାଦର ପ୍ରଦର୍ଶନୀ, ଫଟୋ ପ୍ରଦର୍ଶନୀ, ଛାତ୍ର ଛାତ୍ରୀଙ୍କ ଦ୍ଵାରା ପୋଷ୍ଟର ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳାର ଆୟୋଜନ କରାଯାଇଥିଲା । ପରିଶେଷରେ କୃତୀ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ସଫଳ କୃଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତିକା ପତି ଜିଲ୍ଲା ଯୋଜନା ଅଧିକାରୀ ସଂଯୋଜନା କରିଥିବା ବେଳେ ନିହାର ରଞ୍ଜନ ପୃଷ୍ଟି ଗୋଷ୍ଠୀ କୃଷି ଅଧିକାରୀ ନୁଆଗାଁ ବ୍ଲକ୍ ମଞ୍ଚ ପରିଚାଳନା କରିଥିଲାବେଳେ , ସୁଶ୍ରୀ ଅମ୍ବିକା ଦତ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *