December 21, 2025
Home » ଜିଲ୍ଲା ସ୍ତରୀୟ ମାର୍ଗଦର୍ଶନ କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମାର୍ଗଦର୍ଶନ କମିଟି ବୈଠକ ଅନୁଷ୍ଠିତ

0
unnamed (2)
ନୟାଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମାର୍ଗଦର୍ଶନ କମିଟି ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ନୟାଗଡ଼ ଜିଲ୍ଲାରୁ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକର ବ୍ରାଣ୍ଡିଂ ଏବଂ ପ୍ୟାକେଜିଙ୍ଗ ଉପରେ ବିଚାର ବିମର୍ଶ କରାଯାଇଥିଲା । ମୁମ୍ବାଇ ସ୍ଥିତ ଭାରତୀୟ ପ୍ୟାକେଜିଙ୍ଗ ସଂସ୍ଥାନର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କେ ଯୁଇକର ବିଶେଷଜ୍ଞ ଭାବେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ କମିଟିର ଉଚିତ୍ ମାର୍ଗଦର୍ଶନ କରିଥିଲେ । ଜିଲ୍ଲାପାଳ ମହୋଦୟ ବ୍ରାଣ୍ଡ ର ଆକର୍ଷଣୀୟ ଡିଜାଇନ୍ ପ୍ରତି ଗୁରୁତ୍ବ ଦେବା ସହିତ ଆଗାମୀ ଦିନରେ ଯେପରି ବ୍ରାଣ୍ଡ ର ଅପବ୍ୟବହାର ନ ହୁଏ ସେଥି ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *