ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ଶିବିର ଉଦଯାପିତ

କେନ୍ଦୁଝର: କେନ୍ଦୁଝର ଧରଣୀଧର ବିଶ୍ବ ବିଦ୍ୟାଳୟ ସ୍ନାତକୋତ୍ତର ଜାତୀୟ ସେବା ଯୋଜନା ୟୁନିଟ ଆନୁକୂଲ୍ୟରେ ମାର୍ଚ୍ଚ ୨୮ରୁ ୩୦ ପର୍ଯ୍ୟନ୍ତ ତ୍ରିଦିବସୀୟ ଯୁବ ନେତୃତ୍ବ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବନଖଣ୍ତ ଅଧିକାରୀ ଏଚଡି ଧନରାଜ,ବକ୍ତା ଶ୍ରୀନିରୋଦ ଚରଣ ଖୁଣ୍ଟିଆ,ସମ୍ମାନିତ ଅତିଥି ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡା.ପ୍ରଭୁପ୍ରସାଦ ଦାସ,ପ୍ରୋଗ୍ରାମ କୋର୍ଡିନେଟର,ଜାତୀୟ ସେବା ଯୋଜନା ବ୍ୟୁରୋ ଡ. ସରିତା ନାୟକ,ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ. ସୁନିଲ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଜାତୀୟସେବା ଯୋଜନାର ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଜାତୀୟ ସେବା ଯୋଜନାର ସଫଳତା ପାଇଁ ମାର୍ଗ ଦର୍ଶନ ଦେଇଥିଲେ।ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ସିଟିଜେନ ଫୋରମର ବରିଷ୍ଠ ସଦସ୍ୟ ଭକ୍ତବତ୍ସଳ ମହାନ୍ତି,ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା.ପୀତବାସ ଦାସ,ଧରଣୀଧର ବିଶ୍ବବିଦ୍ୟାଳୟର ଡେଭଲମେଣ୍ଟ ଅଫିସର ଡ.ୱାୟୀଏନ୍ ସିଂ ବାବୁ ମୁଖ୍ୟଅତିଥି,କ୍ରୀଡା ସଂମ୍ପାଦକ ଡା. ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ଶିବିରାର୍ଥୀ ଏବଂ ଶିବିରରେ ଥିବା ସମସ୍ତ ଜାତୀୟସେବା ଯୋଜନାର ପ୍ରୋଗ୍ରାମ ଅଫିସର ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।
ଏଥିରେ ୨୦ଟି ମହାବିଦ୍ୟାଳୟରୁ ଯୋଗ ଦେଇଥିବା ଶିବିରାର୍ଥୀ ମାନେ ଶିବିରରେ ସେବା ଯୋଜନାର ଲକ୍ଷ୍ୟ,ଉଦ୍ଦେଶ୍ୟ,ଯୁବ ନେତୃତ୍ବ ବିକାଶ,ଜଳ ଓ ଶିବିର ପରିଚାଳନା,ବାଲ୍ୟବିବାହ ନିଷେଧ,ନିଶା ନିବାରଣ,ଜୈବ ବିବିଧତାର ସୁରକ୍ଷା,ବୃକ୍ଷରୋପଣ,ଜଳ ସଂରକ୍ଷଣ ଓ ପରିଚାଳନା,ଦକ୍ଷତା ବିକାଶ,ବାଲ୍ୟବିବାହ ନିଷେଧ ଉପରେ ତାଲିମ ପ୍ରଦାନ କରିଥିଲେ।ନେହରୁ ଯୁବକେନ୍ଦ୍ର ଅଧିକାରିଣୀ ସୁଶ୍ରୀ ବସୁନ୍ଧରା ସାହୁ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ନେହରୁ ଯୁବକେନ୍ଦ୍ରର କାର୍ଯ୍ୟ ସଂମ୍ପର୍କରେ ବର୍ଣ୍ଣନା କରିଥିଲେ।କେନ୍ଦ୍ରସରକାରଙ୍କ ଯୁବ ଅଧିକାରୀ ଶ୍ରୀ ବିଶାଳ ଜୟସ୍ୱାଲ ଯୁବକ ଯୁବତୀଙ୍କ ପାଇଁ ଆତ୍ମନିଯୁକ୍ତି ସୁଯୋଗ ଓ ସ୍କିଲ ଇଣ୍ତିଆ ବିଷୟରେ ଅବଗତ କରିଥିଲେ।ଶିବିର ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଧରଣୀଧର ବିଶ୍ବ ବିଦ୍ୟାଳୟର ଜାତୀୟସେବା ଯୋଜନା ଅଧିକାରୀ ଦିନେଶ ମହାରଣା ଶିବିର ପରିଚାଳନା କରିଥିଲେ।୧୨ଜଣ ଦକ୍ଷ ଜାତୀୟ ସେବା ଯୋଜନା ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।କ୍ୟାମ୍ପ ଫାୟାର ମାଧ୍ୟମରେ ଶିବିର ସମାପ୍ତ ହୋଇଥିଲା।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ