February 21, 2026
Home » ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

0
lok-adalat-1463246488

ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଆଜି ଭୁବନେଶ୍ଵର ଜିଲ୍ଲା ଅଦାଲତଙ୍କ ପରିସରରେ ଉକ୍ତ ଲୋକ ଅଦାଲତ ଅନୁଷ୍ଠିତ ହୋଇ ବିଭିନ୍ନ ମାମଲାର ଫଇସଲା କରାଯାଇଛି । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଭୁବନେଶ୍ୱର ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି ଙ୍କ ନିର୍ଦ୍ଦେଶ ମତେ କେବଳ ଚେକ୍ ବାଉନ୍ସ ମାମଲା ଗୁଡିକୁ ବିଚାରକୁ ନିଆଯାଇ ସେଗୁଡିକର ଫଇସଲା କରାଯାଇଛି । ଉକ୍ତ ଲୋକ ଅଦାଲତରେ ବିଭିନ୍ନ ଫୌଜଦାରୀ କୋର୍ଟଙ୍କ ପକ୍ଷରୁ ୧୪୪୩ ଗୋଟି ଆଗତ କରାଯାଇ ଏଥିରେ ମଧ୍ୟରୁ ୫୨୨ ଗୋଟି ମାମଲା ଫୈସଲା କରାଯାଇ ସର୍ବମୋଟ ୭କୋଟି ୪ ଲକ୍ଷ ୫୨ ହଜାର ୯୦୩ ଟଙ୍କାର ରାଜିନାମା ହୋଇ ଆପସ ସହମତି ଭିତ୍ତିରେ ସମାଧାନ ହୋଇଥିଲା। ଉକ୍ତ ଲୋକ ଅଦାଲତର ସଫଳତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସଲୋମି ସାହୁ ବିଭାଗୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଉକ୍ତ ଲୋକ ଅଦାଲତରେ ରେଜିଷ୍ଟ୍ରାର ସବ୍ୟସାଚୀ ପ୍ରଧାନ, କୋର୍ଟ ମ୍ୟାନେଜର ଶଶିକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *