December 21, 2025
Home »  ଜିଲ୍ଲା ସ୍ତରୀୟ ସାଇବର ସତର୍କତା କର୍ମଶାଳା ଅନୁଷ୍ଠିତ

 ଜିଲ୍ଲା ସ୍ତରୀୟ ସାଇବର ସତର୍କତା କର୍ମଶାଳା ଅନୁଷ୍ଠିତ

0
1000838342
ନୟାଗଡ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନଲାଇନ ସୁରକ୍ଷା ଓ ସାଇବର ବୁଲିଙ୍ଗ ଉପରେ ଦିନିକିଆ କର୍ମଶାଳା ,(ବେଟି ବଚାଓ ବେଟି ପଢ଼ାଓ) କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।
ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସେବୀ ସ୍ମାର୍ଟ ପକ୍ଷରୁ ଶରତ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନୟାଗଡ ଗିତାଞ୍ଜଳି ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଶରଣକୁଳ ଥାନା ଇନ୍ସପେକ୍ଟର ପରମାନନ୍ଦ ଦଳେଇ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ, ପ୍ରମୁଖ ମଞ୍ଚାସିନ ଥିଲେ ।ଅତିଥି ମାନେ ସାଇବର ଠକ ମାନଙ୍କ ଦ୍ଵାରା କିପରି ଅସୁବିଧାରେ ପଡ଼ି, ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ବକ୍ତବ୍ୟ ମାଧ୍ୟମରେ ସମ୍ୟକ୍ ଧାରଣା ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସଂଯୁକ୍ତା ପାଣିଗ୍ରାହୀ ଏବଂ ମହିଳା ସଶକ୍ତିକରଣର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ମଞ୍ଚ ପରିଚାଳନା କରିବା ସହ ବେଟି ବଚାଓ, ବେଟି ପଢ଼ାଓ ର ମୂଳ ଲକ୍ଷ୍ୟ, ଅଧିକାର, ସମାନତା, ସାମାଜିକ ସୁରକ୍ଷା ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଜିଲ୍ଲା ର ସମସ୍ତ ସିଡିପିଓ, ସୁପରଭାଇଜର, ଶିକ୍ଷକ, ପିଆରଆଇ ମେମ୍ବର, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କିଶୋରୀ ବାଳକ ବାଳିକା, ସ୍ଵଂୟସହାଇକା ଗୋଷ୍ଠୀର ସଭ୍ୟ ମାନେ କର୍ମ ଶାଳାରେ ଉପସ୍ଥିତ ଥିଲେ ।ସାଇବର ବୁଲିଙ୍ଗ ମାନେ କଣ? ଝିଅ ମାନଙ୍କ ପାଇଁ ଅନଲାଇନ କେତେ ସୁରକ୍ଷିତ, ସୁରକ୍ଷିତ ଅନଲାଇନ ବ୍ୟବହାର, ଡିଭାଇସ ସୁରକ୍ଷା, ଅଭିଭାବକ ଓ ଶିକ୍ଷକଙ୍କ ଭୂମିକା, ମାନସିକ ସ୍ୱାସ୍ଥ୍ୟ,ଓ ସୁରକ୍ଷିତ ସଚେତନତା ଉପରେ ଆଲୋକପାତ କରାଯାଇଥିଲା ।ଅତିଥି ମାନଙ୍କ ଦ୍ଵାରା ଶେଷରେ ସରକାରଙ୍କ ତରଫରୁ ଆସିଥିବା ୧୦୦୦/- ଟଙ୍କା ଲେଖାଏ ଚାରି ଜଣ କିଶୋରୀ ବାଳକ ବାଳିକାଙ୍କୁ ମୋଟ ୪୦୦୦/- ଟଙ୍କା ଦେଇ ପୁରସ୍କୃତ କରାଯାଇଥିଲା l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର ମଞ୍ଚାସିନ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁଧନ୍ୟବାଦ ଅର୍ପଣ କରିବା ପରେ କର୍ମଶାଳା ସମାପ୍ତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *