November 13, 2025
Home » ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା

ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା

0
WhatsApp Image 2025-03-27 at 6.09.31 PM

ସୂଚନା ଅଧ‌ିକାର ଆଇନ-୨୦୦୫ ଅଧିନିୟମ ୪ (୧) (ବି)ର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ୱୟନ ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମାର୍ଗ ଦର୍ଶିକା ଅନୁଯାୟୀ ଜିଲ୍ଲାପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏହି କର୍ମଶାଳା ଅନୁଷ୍ଠିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତଥା ସୂଚନା ଅଧିକାର ଆଇନ ୨୦୦୫ ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ବନ ସଂରକ୍ଷକ ଶ୍ରୀ ନାଗ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ସୁଶାସନ ବ୍ୟବସ୍ଥାରେ ସୂଚନା ଅଧିକାର ଆଇନର ଗୁରୁତ୍ୱ ଓ ମହତ୍ୱ ଉପରେ ଆଲୋକପାତ କରିଥିଲେ ।

ସମସ୍ତ ଜନ ସୂଚନା ଅଧିକାରୀ ସେମାନଙ୍କ କାର୍ଯ୍ୟାଳୟର ସୂଚନା ଅଧିକାର ଆଇନ ପୋର୍ଟାଲ ରେ ୧୭ ସ୍ୱତଃ ପ୍ରକଟିକରଣ କୁ ଅପଡେଟ କରିବା ସହ ସମସ୍ତ ସୂଚନାକୁ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଆରେ ମଧ୍ୟ ପ୍ରକଟିକରଣ କରିବାକୁ ପରାମର୍ଶ ଦେଇଥିଲେ। ସଂସାଧକ/ ବିଷୟ ବିଶାରଦ ଭାବେ ସୂଚନା କର୍ମୀ ସ୍ୱାଧୀନ ମେହେର ଯୋଗଦେଇ ସ୍ୱତଃ ପ୍ରକରଣର ୧୭ ଗୋଟି ବିନ୍ଦୁ ଉପରେ ସୂଚିତ କରିବା ସହିତ ଅପଡେସନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସୂଚନା ଅଧିକାର ଆଇନ ୨୦୦୫ ର ରୂପରେଖର ଆଲୋକପାତ କରି ଦରଖାସ୍ତ ଗ୍ରହଣ, ପ୍ରଦାନ, ଅନ ଲାଇନରେ ସମସ୍ତ ପ୍ରକ୍ରିୟା ସମ୍ପାଦନ ତଥା ଆଇନର ଵିଧି ବ୍ୟବସ୍ଥା ସହ ଜନ ସୂଚନା ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ତଥା ବ୍ୟବସ୍ଥିତ ସମ୍ପାଦନ ଆଦି ଉପରେ ପ୍ରାଞ୍ଜଳ ଆଲୋଚନା କରିଥିଲେ। ଏହି ଅବସରରେ ପାୱାର ପଏଣ୍ଟ ଜରିଆରେ ଅପଡେଟ କରିବାର ପ୍ରକିୟା ସହ ସୂଚନା ଆଇନରେ ଜନ ସୂଚନା ଅଧିକାରୀଙ୍କ ଦାୟିତ୍ୱ କର୍ତ୍ତବ୍ୟ ତଥା ଆଇନର ବିଭିନ୍ନ ବିଷୟ ଉପରେ ଉପସ୍ଥାପନ କରାଯାଇଥିଲା। କର୍ମଶାଳାର ପ୍ରଶ୍ନୋତ୍ତର ସମୟ ମଧ୍ୟରେ ପ୍ରଶିକ୍ଷାର୍ଥୀ ମାନେ ସୂଚନା ଅଧିକାର ଆଇନରେ ଆବେଦନ ଗ୍ରହଣ, ଉତ୍ତର ପ୍ରଦାନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ପ୍ରଶ୍ନ ପଚାରି ନିଜ ନିଜର ସନ୍ଦେହ ଦୂର କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ,ଶିକ୍ଷା, କୃଷି, ମହିଳା ଓ ଶିଶୁ ବିକାଶ,ଶିଶୁ ସୁରକ୍ଷା, ଶ୍ରମ,ଦକ୍ଷତା ବିକାଶ ଓ ନିୟୋଳନ,ଜନସ୍ବାସ୍ଥ୍ୟ,ପ୍ରାଣୀ ସମ୍ପଦ, ରାଜସ୍ୱ,, ପଞ୍ଚାୟତିରାଜ, ବନବିଭାଗ ଆଦି ବିଭାଗ କାର୍ଯ୍ୟଳୟର ଜନ ସୂଚନା ଅଧିକାରୀ ପ୍ରଥମ ଅପିଲ କର୍ତ୍ତୃପକ୍ଷ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜନ ସୂଚନା ଅଧିକାରୀ ସତ୍ୟଭାମା କହଁର ଧନ୍ୟବାଦ ପ୍ରଦାନ କରିଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *