December 26, 2025
Home » ଜିଲ୍ଲା ସ୍ତରୀୟ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଜିଲ୍ଲା ସ୍ତରୀୟ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

0
WhatsApp Image 2025-12-25 at 7.50.40 PM

ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ଆୟୋଜନରେ ଜିଲ୍ଲାପାଳ ଶ୍ରୀ ମୋନଜ ସତ୍ୟୱIନ ମହାଜନ ସଭାପତିତ୍ୱ କରିଥିଲେ I ଏହି ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସଂସଦ ଶ୍ରୀ ସୁଜିତ କୁମାର ଓ ସନଂମାନିତ ଅଥିତି ଭାବରେ ବିଧାୟକ ରଘୁ ରାମ ମାଛ ଯୋଗ ଦେଇଥିଲେ I

ଏକ ସ୍ୱତନ୍ତ୍ର କବିତା ପାଠର ଆୟୋଜନ କରାଯାଇଥିଲା I ବିଭିନ୍ନ ବିଭାଗର ହିତାଧିକାରୀ ଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଥିଲା I ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଚେକ ପ୍ରଦାନ କରା ଯିବା ସହ ଚାଷୀମାନଙ୍କୁ ମୁଗ ବିହନ ବଣ୍ଟନ କରାଯାଇଥିଲା I ଏହି କାଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ ନାୟକ ଓ ଶ୍ରୀ ଭକ୍ତ ବନ୍ଧୁ ଜନାର୍ଦନ ଦଲେଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ବେଣୁଧର ଶବର, ପିଏ ଆଇ ଟିଡିଏ ଶ୍ରୀମତି ସ୍ନେହପ୍ରଭା ମାଝୀ, ଗଣମାଧ୍ୟ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଏହି କାଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଧାରାଣୀ ସରକାର ପରିଚାଳନା କରିଥିଲେ I

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *