ଜିଲ୍ଲା ସ୍ତରୀୟ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଏସିଏଫ ସସ୍ମିତା ବିଶ୍ଵାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡିସିଏଫ୍ ଆଦିତ୍ୟ ନାରାୟଣ ସେଠୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି କେଦାରନାଥ ମହାନ୍ତି ପ୍ରମୁଖ ଯୋଗ ଦାନ କରିଥିଲେ ।
ଏହି ଅବସରରେ ବନ୍ୟପ୍ରାଣୀଙ୍କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉପଖଣ୍ଡ ସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ବ୍ରହ୍ମପୁରରୁ ଉପଖଣ୍ଡ ରୁ ସ୍ନେକ ହେଲ୍ପ ଲାଇନ ସଂଯୋଜକ ସ୍ବାଧିନ କୁମାର ସାହୁ, ଛତ୍ରପୁରରୁ ଗବେଷକ ଡ ଆଶିଷ ଦାସ ଓ ଭଞ୍ଜନଗରରୁ ଅବସରପ୍ରାପ୍ତ ବନ ଅଧିକାରୀ ଅନୁପମ ବାନାର୍ଜୀଙ୍କୁ ପ୍ରଦାନ କରାଯାଇଛି। ସେହିପରି ବନ୍ୟପ୍ରାଣୀ ସପ୍ତାହ ଅବସରରେ ସ୍କୁଲ ବିଦ୍ୟାର୍ଥୀଙ୍କୁ ନେଇ ଚିତ୍ରାଙ୍କନ, ବକୃତା ପ୍ରତିଯୋଗିତା ହୋଇଥିବାବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ନାରାୟଣ ବେଜ ମଞ୍ଚ ପରିଚାଳନା କରିଥିବା ବେଳେ ଏସିଏଫ ମାଣିକେଶ୍ଵରୀ ହଂସଦା, ଏସିଏଫ ଦିବ୍ୟ ବେହେରା, ଏସିଏଫ ମନୋଜ ପାତ୍ର, ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁ, ବନପାଳ ସୋମନାଥ ମଲ୍ଲିକ, ଦିଗାମ୍ବର ହୋତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ