August 27, 2025
Home » ଜିଲ୍ଲା ସ୍ତରୀୟ ୭୫ ତମ ସମ୍ବିଧାନ ଦିବସ ପାଳିତ

ଜିଲ୍ଲା ସ୍ତରୀୟ ୭୫ ତମ ସମ୍ବିଧାନ ଦିବସ ପାଳିତ

0
WhatsApp Image 2024-11-26 at 6.25.45 PM

ଜଗତସିଂହପୁର/ତିର୍ତୋଲ ୨୬/.୧୧ ଆଜି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଭାରତୀୟ ସମ୍ବିଧାନ ର ପ୍ରସ୍ତାବନା ପାଠ କରିଥିଲେ। ଭାରତକୁ ଏକ ସମ୍ପୂର୍ଣ୍ଣ ପ୍ରଭୂତା ସମ୍ପନ୍ନ ସମାଜବାଦୀ,ଧର୍ମନିରପେକ୍ଷ ଲୋକତାନ୍ତ୍ରିକ ଗଣରାଜ୍ୟ ଭାବେ ଗଠନ କରିବା ନିମନ୍ତେ, ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମ ଓ ଉପାସନା ର ସ୍ୱାଧୀନତା ଏବଂ ପ୍ରତିଷ୍ଠା ଓ ସୁଯୋଗ ର ସମତା ପ୍ରାପ୍ତ କରାଇବା ନିମିତ୍ତ, ସେମାନଙ୍କ ମଧ୍ୟରେ ବ୍ୟକ୍ତିର ଗାରିମା ଓ ରାଷ୍ଟ୍ର ର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରୁଥିବା ଭ୍ରାତୃତ୍ଵ ଭାବ ସୃଷ୍ଟି କରିବା ନିମନ୍ତେ ସମସ୍ତେ ଶପଥପାଠ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ସମସ୍ତଙ୍କୁ ନିଜର ଚରିତ୍ର ତଥା ଆଚରଣ ରେ ସ୍ୱଚ୍ଛତା ଆଣିବା ସହ କର୍ତ୍ତବ୍ୟପରାୟଣ ହେବାକୁ ଉପଦେଶ ଦେଇଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *