October 23, 2025
Home » ଜିଲ୍ଳାପାଳଙ୍କ କାର୍ଯ୍ୟଳୟରେ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଧାୟକ..

ଜିଲ୍ଳାପାଳଙ୍କ କାର୍ଯ୍ୟଳୟରେ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଧାୟକ..

0
WhatsApp Image 2025-09-04 at 9.47.28 PM

 

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଲକାନଗିରି ବନଖଣ୍ଡ “ମାଁ ପାଇଁ ଗଛଟିଏ (ଏକ ପେଡ଼ ମାଁ କେ ନାମ)କାର୍ଯ୍ୟକ୍ରମର ରଥକୁ ୦୪/୦୯/୨୫ ତାରିଖରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଗାଁକୁ ଚାରା ପହଞ୍ଚେଇବା ପାଇଁ ରଥ ଆଜି ଗୁରୁବାର ଦିନଠାରୁ ଗଢ଼ିବା ଆରମ୍ଭ ହୋଇଯାଇଛି । ଭାରତ ସରକାରଙ୍କ ନିଷ୍ପତି କ୍ରମେ ଏନେଇ ଭାରତର ଯଶଶ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ମାଡ଼କାମି ।

 

ମୋଦିଜିଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖ ଦିନରେ ହିଁ ଜିଲ୍ଲାରେ ମୋଟ ୨ଲକ୍ଷରୁ ଉର୍ଦ୍ଧ୍ବ ବୃକ୍ଷ ଲଗାଇବାକୁ ଧାର୍ଯ୍ୟ କରାଯାଇଥିବା ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ମାଲକାନଗିରି ଡିଏଫଓ ଡିଏନ କିରଣ କୁମାର କହିଛନ୍ତି ।ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ଏହି ଉତ୍ତମ ପ୍ରୟାସରେ ଆଗାମୀ ଦିନରେ ନିଶ୍ଚିତ ରୂପେ ପରିବେଶ ସୁରକ୍ଷା ସହ ସବୁଜ ସୁନ୍ଦର ମାଲକାନଗିରି ଗଠନ କରିବ।

ତେଣୁ ଆସନ୍ତା ୧୦ ତାରିଖ ସୁଧା ଜିଲ୍ଲାର ମୋଟ ୧୧୧ ଟି ପଞ୍ଚାୟତର ସମସ୍ତ କୋଣ ଅନୁକୋଣରେ ଥିବା ଗାଁ ତଥା ବିଏସଏଫ କ୍ୟାମ୍ପ, ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବୃକ୍ଷ ପହଞ୍ଚାଇବ ଜିଲ୍ଲା ପ୍ରଶାସନ। ଆଜିର ଏହି “ଏକ ପେଡ଼ ମା’ ଙ୍କ ନାମର ରଥ” ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୁଶ୍ରୀ ଅଶ୍ବନୀ ଏ.ଲ, ଏସପି ମାଲକାନଗିରି ବିନୋଦ ପାଟିଲ ଇଚ ,ଏସିଏଫଙ୍କ ସମେତ ମାଲକାନଗିରି ବନ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀମାନଙ୍କ ଉପସ୍ଥିତରେ ଏହି ଅଭିଯାନର ଶୁଭାରମ୍ଭ ହୋଇଯାଇଛି।
ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *