January 31, 2026
Home » ଜିଲ୍ଳାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ପାଳିତ

ଜିଲ୍ଳାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ପାଳିତ

0
WhatsApp Image 2026-01-28 at 1.41.19 PM

 

_”ବିକାଶ ଓ ଅସ୍ମିତା” — ଏହି ମନ୍ତ୍ରକୁ ଆଧାର କରି ୨୦୩୬ ସୁଦ୍ଧା “ସମୃଦ୍ଧ ଓଡ଼ିଶା” ଗଠନ କରିବା ଦିଗରେ ରାଜ୍ୟ ସରକାର ଦୃଢ଼ ସଂକଳ୍ପବଦ୍ଧ”-ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ

ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ପିଏମ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ହାଇସ୍କୁଲ ପଡିଆ ଠାରେ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନକ୍ଷମ ଶସକ୍ତିକରଣ ବିଭାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢେ ୮ଟା ୩୦ ମିନିଟ ସମୟରେ ଆନୁଷ୍ପାନିକ ଭାବେ ଜାତୀୟ ପତାକା ଉତ୍ତଳୋନ କରି ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇ ସମବେତ ପ୍ୟାରେଡରେ ଅଭିବIଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ. ଏଲ. ଭି. ଅଚାରୀଉପସ୍ଥିତ ରହିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ନିଜର ଭାଷଣରେ କହିଲେ ଯେ ଐତିହାସିକ ସ୍ୱାଧୀନତା ଦିବସକୁ ସ୍ମରଣ କରି ମହାତ୍ମା ଗାନ୍ଧୀ ଏବଂ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଭଳି ଅଗଣିତ ସ୍ୱାଧୀନତା ସଂଗ୍ରାମୀ ଏବଂ ନେତାଙ୍କ ବଳିଦାନକୁ ସ୍ମରଣ କରିଥିଲା। ସେ ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରିବାରେ ଭାରତୀୟ ସମ୍ବିଧାନର ଗୁରୁତ୍ୱ ବିଷୟରେ କହିବର୍ ସହ ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ।

ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ପଛୁଆ ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ପାଇଁ ଓଡିଶାର ପ୍ରୟାସ ଉଲ୍ଲେଖ କରି କହିଥିଲେ ଯେ “ସୁଭଦ୍ରା ଯୋଜନା” ୧ କୋଟିରୁ ଅଧିକ ମହିଳାଙ୍କୁ ସଶକ୍ତ କରୁଛି। ସେ ଶିକ୍ଷାରେ ₹୧୨,୦୦୦ କୋଟି ନିବେଶ ଏବଂ ଓଡ଼ିଶା ପୂର୍ବ ଭାରତର ଶିଳ୍ପ କେନ୍ଦ୍ର ହେବାକୁ ଲକ୍ଷ୍ୟ ରଖିଛି, ଏବଂ ସରକାର ଅଳ୍ପ ସମୟ ମଧ୍ୟରେ ୩୯,୪୫୯ ନିଯୁକ୍ତି ସୃଷ୍ଟି କରିଛି, ଯାହା ଦୁଇ ବର୍ଷ ମଧ୍ୟରେ ୬୫,୦୦୦ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି। ଦୁର୍ନୀତିମୁକ୍ତ ସରକାର ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଶାସନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ପାଇଁ ୧୫-ସୂତ୍ରୀ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ସ୍ୱାଧୀନତା ଆନ୍ଦୋଳନରେ ରାୟଗଡା ଜିଲ୍ଲାର ଐତିହାସିକ ଗୁରୁତ୍ୱକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜିଲ୍ଲାର ପ୍ରଚୁର ଖଣିଜ ସମ୍ପଦ ଯୋଗୁଁ ଶିଳ୍ପ ବିକାଶର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଏବଂ ରାଜ୍ୟ ଉଭୟର ପ୍ରଗତିକୁ ପ୍ରୋତ୍ସାହିତ କରିବା ପାଇଁ ଏକତା, କଠିନ ପରିଶ୍ରମ ଏବଂ ଦୃଢ଼ ନିଷ୍ପତ୍ତିକୁ ଆହ୍ୱାନ କରିଥିଲେ ଯେ ଯାହା କି ଭାରତକୁ ମଜବୁତ କରିବା ସହ ଏକ ସମୃଦ୍ଧ ଓଡ଼ିଶା ଗଠନ କରିପାରିବ।
ଗଣତନ୍ତ୍ର ଦିବସରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହା ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଥିବା ରୋଗୀ, ଜିଲ୍ଳା କାରାଗାର ଓ ସ୍ଥାନୀୟ ସେବା ସମାଜ ଅନାଥ ଆଶ୍ରମ, ସ୍ୱଧାର ଗୃହରେ ଓ ବରିଷ୍ଠ ନାଗରିକ ସେବା ଗୃହ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯାଇଥିଲା । ସାଧାରଣ ତନ୍ତ୍ର ଦିବସ ବ୍ୟାରେଡ଼ରେ ୩୧ଟି ଦଳ ଭାଗ ନେଇଥିଲେ l ପ୍ୟାରେଡ କମାଣ୍ଡର ଆର ଆଇ ପୋଲିସ କବିବର ଦେହୁରୀ ପରିଚାଳନା କରିଥିଲେ । ଏନସିସି ଶିକ୍ଷକ ଅଶୋକ ଦlଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *