ଜି ଉଦୟଗିରି ରେ ଦନ୍ତା ହାତୀ ଉପଦ୍ରଵ

କନ୍ଧମାଳ: ଘୁ ଉଦୟଗିରି ରେ ଦୀର୍ଘ 14 ଦିନ ହେବ ଦନ୍ତା ହାତୀ ଆତଙ୍କ ରାଜ ଚଳାଇଛି l ଏଥିରେ ଦୁଇଟି ଲୋକଙ୍କୁ ହାତୀ ମାରିଥିବା ବେଳେ ଆଜି ଦୁଇ ଦୁଇ ଥର ଦନ୍ତା ହାତୀ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।ସକାଳ ସମୟରେ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ବସ ସମ୍ମୁଖରେ ଆସି ଆଟକାଇଥିଲା ବେଳେ ସଂଧ୍ୟା ସମୟରେ ରାଇପଦା ଛକ ନିକଟରେ ମଧ୍ୟ ରାସ୍ତାରେ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇଥିଲେ ।
ଉଭୟ ପାର୍ଶ୍ବରେ ଗାଡି ଗୁଡ଼ିକ କିଛି ସମୟ ଅଟକି ରହିଥିଲା ।ପରେ ସେଠାରୁ ଯାଇ ନିକଟରେ ଥିବା ଏକ ଘରେ ବନ୍ଧା ହୋଇଥିବା ଗାଈକୁ ଆକ୍ରମଣ କରିଥିଲା ଯାହା ଫଳରେ ଗାଈର ମୃତ୍ୟୁ ହୋଇଥିଲା ଓ ଗୁହାଳ ଆଜବେଷ୍ଟ୍ ଭାଙ୍ଗି ଚୁର୍ମାର୍ ହୋଇଥିଲା ।ପରେ ସେ ଜଙ୍ଗଲକୁ ଯାଇଥିଲା ।ସେପଟେ ବନ ବିଭାଗର ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ରହି ହାତୀ କିପରି ଯିବ ତାହା ସଚେତନ କରିଥିଲେ । ପୁଣି ଡ୍ରୋନ୍ ମାଧ୍ୟମରେ ଗତିବିଧି ନିରୀକ୍ଷଣ କରାଯାଇଥିବା ଦେଖିବାକୁ ମିଳିଛି ।