April 24, 2025
Home » ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ଅସନ୍ତୋଷ।

ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ଅସନ୍ତୋଷ।

0

କ୍ରିୟାନୁଷ୍ଠାନ କମିଟି ର ଜରୁରୀ ବୈଠକ।

ପ୍ରସ୍ତାବିତ ଜୁନାଗଡ-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବାକ୍ଷରଥିବା ଏକ ଚିଠିର କପି ପଦାକୁ ଆସିବା ନେଇ ଧର୍ମଗଡରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଧର୍ମଗଡରେ ରେଳଷ୍ଟେସନ ହେଉନାହିଁ ଏହା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଏନେଇ ଧର୍ମଗଡ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଇନଜୀବି ତୁଷାର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଆଜି ହୋଟେଲ ରୟାଲ ପେଲେସ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଧର୍ମଗଡ କୁ ରେଲ ଲାଇନ୍ ସମ୍ପ୍ରସାରଣ ନହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବରିଷ୍ଠ ଆଇନଜୀବି ପ୍ରଦୀପ ଦାସ, ଦିଗାମ୍ବର ଦୁରିଆ, ସୁମନ୍ତ କୁମାର ପଣ୍ଡା, ପ୍ରସନ୍ନ କୁମାର ଅଗସ୍ତି, ନାଗରିକ ସଙ୍ଘର ଡମ୍ବରୁ ଧର ଲହଜଲ,ବିଘ୍ନରାଜ ପଟ୍ଟଯୋଶୀ, ସୁନିଲ କୁମାର ପାତ୍ର, ଜଗନ୍ନାଥ ସେବା ସମିତି ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଚେମ୍ୱର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁ, ସଂପାଦକ ଅରୁଣ କୁମାର ତାୟଲ, ବିକାଶ ମେହର, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ କୁମାର ପଣ୍ଡା, ବିଶ୍ଵ ରଞ୍ଜନ ପାତ୍ର, ସମାଜସେବୀ ଘନଶ୍ୟାମ ଅଗ୍ରୱାଲ, ଡାକେଶ୍ୱର ଲହଜଲ, ସିତୁନ କୁମାର ମେହେର, ସୁଶାନ୍ତ କୁମାର ପାଢ଼ୀ, ହେମନ୍ତ କୁମାର ପଣ୍ଡା, ଚନ୍ଦନ କୁମାର ପାତ୍ର, ବଙ୍କିମ ସାଗର ସମେତ ବହୁ ବୁଦ୍ଧିଜୀବି ଉକ୍ତ ବୈଠକରେ ଯୋଗ ଦେଇ ଧର୍ମଗଡ କୁ ରେଳପଥ ସମ୍ପ୍ରସାରଣ ନହେଲେ ଆଗକୁ ଦୁର୍ବାର ପଦକ୍ଷେପ ନିଆଯିବ ବୋଲି ମତ ପ୍ରକାଶ ପାଇଥିଲା।

ଧର୍ମଗଡ କ୍ରିୟାନୁଷ୍ଠାନ କମିଟି କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେଓ, ସାଂସଦ ସୁଜିତ କୁମାର ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଙ୍କୁ ଭେଟି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ପୂର୍ବତନ କେନ୍ଦ୍ର ରେଲ ମନ୍ତ୍ରୀ ତଥା ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କୁ ମଧ୍ୟ ଭେଟି ଧର୍ମଗଡ କୁ ରେଳପଥ ସମ୍ପ୍ରସାରଣ ନେଇ ସହଯୋଗ ପାଇଁ ଅନୁରୋଧ କରାଯିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ପ୍ରକାଶ ଯୋଗ୍ୟ ଯେ,ଜୁନାଗଡ଼ ରୋଡ-ନବରଙ୍ଗପୁର ସ୍ୱତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ ଷ୍ଟେସନ ସହରରୁ ଅଳ୍ପ ଦୂରରେ ସ୍ଥାପନ ପାଇଁ ସ୍ଥାନୀୟ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଛନ୍ତି। ବିଧାନସଭା ଷ୍ଟାଣ୍ଡିଂ କମିଟି (ପରିବହନ)ର ସୁପାରିଶକୁ କାର୍ଯ୍ୟକାରୀ କରି ରେଳ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ଚିଠି ଲେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଧର୍ମଗଡକୁ ରେଳ ଲାଇନ ସଂଯୋଗ ପାଇଁ ଦୀର୍ଘଦିନରୁ ଧର୍ମଗଡବାସୀ ଦାବି କରିଆସୁଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ,
ପ୍ରତିବାଦ, ଦାବିପତ୍ର ଆଦି ପ୍ରଦାନ କରାଯାଇଛି। ଏସବୁ ହେବାପରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ପରବର୍ତ୍ତୀ ସମୟରେ ଧର୍ମଗଡକୁ ରେଳଲାଇନ ସଂଯୋଗ ହେବ ଏବଂ ସର୍ଭେ ପାଇଁ ବିଭାଗ ପକ୍ଷରୁ ଅର୍ଥ ଅନୁମୋଦନ ହୋଇଥ‌ିବା ସୂଚନା ଦିଆଯାଇଥିଲା। ଯାହାକୁ ନେଇ ଲୋକେ ଖୁସି ହୋଇଥିଲେ। କେବଳ ସାଂସଦ ନୁହେଁ,ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ଜୁନାଗଡରୁ ଧର୍ମଗଡକୁ ରେଳଲାଇନ ସମ୍ପ୍ରସାରଣ ପାଇଁ ଦାବି ପତ୍ର ପ୍ରଦାନ କରଯାଇଥିଲା। ରେଳ ଲାଇନ ଧର୍ମଗଡ ସହର ପାଖାପାଖୁ ଦେଇ ଯିବା ପାଇଁଧର୍ମଗଡ ରେଳ ଉପଭୋକ୍ତା ସଂଘ, ସଚେତନ
ନାଗରିକ ମଞ୍ଚ ପକ୍ଷରୁ ପୁଣି ଥରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ସମୟରେ ଧର୍ମଗଡ କୁ ରେଲ ଲାଇନ୍ ସମ୍ପ୍ରସାରଣ ପାଇଁ ଦାବିପତ୍ର ଦିଆଯାଇଥିଲା। ଏସବୁ ହେବାପରେ ସରକାର ଜୁନାଗଡ-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଘୋଷଣା କଲେ। ଧର୍ମଗଡବାସୀ ଭାବିଲେ ଏଥର ରେଳ ଲାଇନ
ଧର୍ମଗଡ ଦେଇଯିବ। ପ୍ରସ୍ତାବିତ ରେଳପ୍ରକଳ୍ପର ମ୍ୟାପରେ ଧର୍ମଗଡ ସହର ନଥିବା ବେଳେ ଧର୍ମଗଡ଼ ରୋଡ ନାମରେ ଏକ ଷ୍ଟେସନ ହେବ ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଧର୍ମଗଡଠାରେ ନବରଙ୍ଗପୁର ସାଂସଦ ବଳଭଦ୍ରମାଝି ମଧ୍ୟ ଏକ ସମ୍ବର୍ଦ୍ଧନା ସଭାରେ କିରିଆପକେଇ କରି କହୁଁଚେ ରେଳ ଲାଇନ ଧର୍ମଗଡ଼ ଦେଇକି ଯିବ ବୋଲି କହିଥିଲେ। ଏବେ ଏଥ‌ିପାଇଁ ବଜେଟ ଆଲୋକେଶନ ମଧ୍ୟ ହୋଇସାରିଛି। ଜୁନାଗଡ-ନବରଙ୍ଗପୁର ୧୧୬.୨୧ କିମି
ରେଳଲାଇନ ପାଇଁ ଜମି ଅଧିଗ୍ରହଣ ପାଇଁ ଟେଣ୍ଡର ଆହ୍ଵାନ ହୋଥିବା ବିଭାଗୀୟ ସୂତ୍ରରୁ ସୂଚନା ଦିଆଯାଇଛି। ଜମି ଅଧୁଗ୍ରହଣ ନୋଟିସରେ ଜୁନାଗଡ ବ୍ଳକ ଓ କୋକସରା ବ୍ଳକର ଅଧିକାଂଶ ଜମି ଅଧିଗ୍ରହଣ ହେଉଥିବା ବେଳେ ଧର୍ମଗଡ ବ୍ଳକର ବିରାମାଲ ଗାଁର କେବଳ ୧.୫୩୬ ଏକର ଜମିଅଧଗ୍ରହଣ କରୁଥିବା ଜଣାପଡିଛି। ଏତକ ଜମି ରେଳ ଷ୍ଟେସନ ପାଇଁ ମଧ୍ୟ ଯଥେଷ୍ଟ ହେବନାହିଁ। ଏଥିରୁ ଏହା ମଧ୍ୟ ଅସ୍ପଷ୍ଟ, ପ୍ରକୃତରେ ଏହି ନୂତନ ରେଳ ଲାଇନ୍ ଧର୍ମଗଡ଼
ବ୍ଲକକୁ ସଂଯୋଗ କରିବ ନା ନାହିଁ । ଯାହାକିଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରୁଛି।ଧର୍ମଗଡ ରୋଡ ଷ୍ଟେସନ ଧର୍ମଗଡ଼ରେ ନୁହେଁଅନ୍ୟ କେଉଁଠି ହେଉଥିବା ଏଥିରୁ ଆପାତଃତସ୍ପଷ୍ଟ ହେଉଛି। ଏହାକୁ ନେଇ ଏବେ ପୁଣି ଥରେଧର୍ମଗଡ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି। ଆଗାମୀ ଦିନରେ ଧର୍ମଗଡକୁ ରେଳଲାଇନ ସଂଯୋଗ ଦାବିରେ ରେଳ ଉପଭୋକ୍ତା ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆବାହକ ବରିଷ୍ଠ ଆଇନଜୀବୀ ତୁଷାରରଞ୍ଜନ ପଟ୍ଟଯୋଶୀ କହିଛନ୍ତି।

Leave a Reply

Your email address will not be published. Required fields are marked *