November 19, 2025
Home » ଜୁନିଅର ରେଡକ୍ରସ ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଅନୁଷ୍ଠିତ l

ଜୁନିଅର ରେଡକ୍ରସ ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଅନୁଷ୍ଠିତ l

0
WhatsApp Image 2025-04-17 at 4.53.47 PM (1)

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ୍ ଅନ୍ତର୍ଗତ ଶୁଭେଶ୍ଵର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ହରଡଖୋଲ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଆନୁକୁଲ୍ୟରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାଶ ସଭାପତିତ୍ଵ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ତଥା ଜୁନିଅର ରେଡକ୍ରସ୍ ଅଫିସର ଡ.ରବିଚନ୍ଦ୍ର ପଶାୟତଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ଯୋଗଦେଇଥିଲେ ଜୟ ଜଗନ୍ନାଥ ଉଚ୍ଚବିଦ୍ୟାଳୟ ଖରଝୁରାର ଜେଆରସି ପରାମର୍ଶଦାତା ତଥା ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର ଏବଂ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜେଆରସି ପରାମର୍ଶଦାତା ତଥା ରକ୍ଷକ ସାଧନ କର୍ମୀ ଗୋପେଶ ପଣ୍ଡା ।

ସାଧନ କର୍ମୀମାନେ ପ୍ରାଥମିକ ଶିକିତ୍ସାର ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ହଠାତ୍ ମୂର୍ଚ୍ଛା ହେବା, ସକ୍, ରିକୋଭରି ପୋଜିସନ, ସାପ କାମୁଡା, ବ୍ୟାଣ୍ଡେଜ୍, ଚୋକିଂ, ଦେହରେ ନିଆଁ, ହାଡ଼ ଭଙ୍ଗା, ମୁଣ୍ଡ ଫଟା, ରକ୍ତସ୍ରାବ ଆଦିର ତତ୍କାଳ ଚିକିତ୍ସା ଓ ଜରୁରୀ କାଳୀନ ଫୋନ ନଂ-୧୧୨ ଆଦି ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଯଶୋବନ୍ତ ପୁଟେଇ ଧନ୍ୟବାଦ ଅର୍ପଣ କରିଥିବାବେଳେ ସହକାରୀ ଶିକ୍ଷକ ମନୋଜ କୁମାର ଦାଶ ଏବଂ ସୂର୍ଯ୍ୟ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *