ଜୁଲାଇ ୧୧ରେ ସମ୍ବିଧାନ ବଞ୍ଚାଅ ସମାବେଶ ଲାଗି ରାହୁଲ ଗାନ୍ଧୀ ଆସୁଛନ୍ତି ଭୁବନେଶ୍ଵର

କେନ୍ଦୁଝର କଂଗ୍ରେସ ଭବନରେ ହେଲା ପ୍ରସ୍ତୁତି ବୈଠକ।
କେନ୍ଦୁଝର: ଓଡ଼ିଶା କଂଗ୍ରେସ ଏବେ ଖୁବ୍ ଚଳଚଞ୍ଚଳ ହୋଇପଡିଛି। ଦେଶର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚଳିତ ଜୁଲାଇ ୧୧ ତାରିଖରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ ଓଡ଼ିଶା ଆସୁଛନ୍ତି । ଓଡ଼ିଶାରେ ନାରୀ ମାନେ ନିର୍ଯ୍ୟାତିତ ଅନେକ I ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟି ଗଲାଣି ପ୍ରଶାସନ ସ୍ଥାଣୁ ହୋଇ ପଡିଛି ।ଏଆଇସିସି ସେଲାଗି କଂଗ୍ରେସ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସତ୍ୟ ଅନୁସନ୍ଧାନକାରୀ ଦଳ ପଠାଇଥିଲା । ଏହି କମିଟି ରିପୋର୍ଟ ଅନୁସାୟୀ ଓଡ଼ିଶାରେ ନାରୀମାନେ ସଂପୂର୍ଣ୍ଣ ଅସୁରକ୍ଷିତ ଏଠାରେ ଶାସକ ଦଳ ଲୋକମାନେ ହତ୍ୟା ଦୁର୍ଷମକାରୀ ବୋଲି ସେମାନେ ପ୍ରମାଣ ପାଇଛନ୍ତି ଯାହାକୁ ସେମାନେ ପାଟି ଅଧ୍ୟକ୍ଷଙ୍କୁ ଦେଇଛନ୍ତି।ଆଗାମୀ ଦିନରେ ଓଡ଼ିଶା ନିର୍ଯ୍ୟାତନା କଥା ନିଶ୍ଚିତ ପାର୍ଲିଆମେଣ୍ଟରେ ଉଠିବ ବୋଲି ସେମାନେ କହିଛନ୍ତି। ବିଜେପି ଏବେ କ୍ଷମତା ଲୋଭରେ ଗୋଟେ ପରେ ସାମ୍ବିଧାନିକ ଅନୁଷ୍ଠାନକୁ ହାତେଇବାକୁ ଲାଗିଛି ଯାହା ସମ୍ବିଧାନକୁ ଧ୍ବଂସ ଆଡକୁ ନେଇଯାଉଛି ବୋଲି କଂଗ୍ରେସ ଆରୋପ କରିଛି। ତେଣୁ ଦେଶ ବ୍ୟାପୀ କଂଗ୍ରେସ ସମ୍ବିଧାନ ବଞ୍ଚାଅ ଅଭିଯାନ ନାମରେ ପ୍ରତିବାଦ କରୁଛି ଏହି କ୍ରମରେ ଶ୍ରୀ ରାହୁଲ ଗାନ୍ଧୀ ଜୁଲାଇ ୧୧ତାରିଖରେ ଭୁବନେଶ୍ଵରର ବରମୁଣ୍ଡା ପଡ଼ିଆରେ ଏକ ପ୍ରତିବାଦ ସଭା କରିବେ। ଏଥିଲାଗି ସମଗ୍ର ଓଡ଼ିଶା ରାଜ୍ୟର କଂଗ୍ରେସ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି। ଆଜି କେନ୍ଦୁଝର କଂଗ୍ରେସ ଭବନରେ ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଂଯୋଜିକା ସୁଶ୍ରୀ ସଙ୍ଗୀତା ସିଂହ କିପରି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ସଫଳ ହେବ କେନ୍ଦୁଝର ଜିଲ୍ଲାର ପ୍ରତି ଗ୍ରାମରୁ କଂଗ୍ରେସ କର୍ମୀ ଯାଇ ଏହି ସଭାରେ ଯୋଗ ଦେବେ ସେ ସଂପର୍କରେ କର୍ମୀ ମାନଙ୍କୁ ନେଇ ଏକ ସଭା କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ଓ ନଗରରୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ। ସୁଶ୍ରୀ ସିଂହ ସମସ୍ତ କଂଗ୍ରେସ କର୍ମୀ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ବହୁ ସଂଖ୍ୟାରେ କର୍ମୀ ଯାଇ ରାହୁଲ ଗାନ୍ଧୀଙ୍କ ସଭାରେ ଯୋଗ ଦେବାକୁ ସମସ୍ତ ନେତା ଆଗ୍ରହ ସହ ରାଜି ହୋଇଥିଲେ । ଏହି ସଭାରେ ସଂଯୋଜିକାଙ୍କ ସହ ପ୍ରଦେଶ କଂଗ୍ରେସ କମିଟିର ଆଦିବାସୀ ସେଲ୍ ଅଧକ୍ଷ ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂହ ଲାଗୁରି, ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରି, ପୂର୍ବତନ ପିସିସି ସଂପାଦକ ସଂଗ୍ରାମ ଦାସ,ସଦର କଂଗ୍ରେସ ସଭାପତି ଉତ୍ତମ ସାହୁ , ଯୁବ କଂଗ୍ରେସ ସଭାପତି ସୁନେଶ ଧୀର,ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ତେଲକୋଇ ବିଧାୟକ ପ୍ରାର୍ଥୀ ନିର୍ମଳ ନାୟକ, ଘଷିପୁରା ବିଧାୟକ ପ୍ରାର୍ଥୀ ସୁବ୍ରତ ଚକ୍ର,ସୁଦର୍ଶନ ପାଇକରାୟ, ରତ୍ନାକର ଜେନା,ସୁଢଳ କୁମାର ସେଠୀ, ପୂର୍ଣ୍ଣ ଦାସ, ସୁରଥ ବିଶ୍ଵାଳ, ରାଞ୍ଚି ନାୟକ, ସନ୍ତୋଷ ସାହୁ, ଲଳିତ ନାୟକ ଆଦି ବହୁ କର୍ମୀ ଓ ନେତା ଯୋଗ ଦେଇଥିଲେ ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ