ଜେ.ସତ୍ୟନାରାୟଣଙ୍କ ଦ୍ୱାଦଶାହ କାର୍ଯ୍ୟରେ ମୃତ୍ୟୁପରେ ଚକ୍ଷୁଦାନ ଓ ଶରୀରଦାନ ସଚେତନତା କାର୍ଯ୍ୟକ୍ରମ

ଏହିମାସ ତା ୧୨.୦୩.୨୫ ତାରିଖରେ ଗୌଡ଼ସାହି ନିଵାସୀ ଜମ୍ମୁଲା ସତ୍ୟନାରାୟନଙ୍କ ବିୟୋଗରେ ତାଙ୍କର ଦୁଇଟି ଚକ୍ଷୁ ଓ ମୃତ ଶରୀରକୁ ବଡ ମେଡିକାଲକୁ ଦାନ କରାଯାଇଥିଲା।
ତା ୨୩.୦୩.୨୫ ରିଖରେ ତାଙ୍କର ଦ୍ୱାଦଶାହ କାର୍ଯ୍ୟରେ ମୃତ୍ୟୁ ପରେ ଚକ୍ଷୁଦାନ ଓ ଶରୀର ଦାନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ପାଞ୍ଚଶହ ଲୋକ ଉପସ୍ଥିତ ଥିଲେ। ଚକ୍ଷୁଦାନ ଉପରେ ମାନବବାଦୀ ହେତୁବାଦୀ ସଂଗଠନର ସଭାପତି ଇ.ଟି.ରାଓ ବକ୍ତବ୍ୟ ରଖି କହିଥିଲେ ଯେ ମୃତ୍ୟୁପରେ ଆଖି ଦୁଇଟି ଜଳି ପାଉଁସ ହୋଇଯାଏ ଓ ପୋତିବା ଫଳରେ ମାଟିରେ ମିଶିଯାଏ। ଦାନ କରିବାଯୋଗୁଁ ଦୁଇଜଣ କାର୍ଣ୍ଣିଆ ଜନିତ ଦୃଷ୍ଟିବାଧିତ ବ୍ୟକ୍ତି ଦୃଷ୍ଟି ପାଇବେ। ତେଣୁ ଚକ୍ଷୁଦାନ ପୂର୍ବରୁ ଅର୍ଥାତ ମୃତ୍ୟୁପରେ ଶରୀରକୁ ଶୁଆଇ ରଖିବା, ଆଖି ନ ଶୁଖିବା ପାଇଁ ପଙ୍ଖା ବନ୍ଦ କରିଦେବା ଓ ଆଖି ଦୁଇଟିରେ ଓଦା ତୁଳା ଦେଇ ରଖିବାକୁ କହିଥିଲେ।
ମେଡିକାଲ କଲେଜର ଆନାଟୋମି ବିଭାଗର ମୁଖ୍ୟ ପ୍ରଫେସର ଜାମି ସାଗର ପୃଷ୍ଟି ଶରୀରଦାନ ଓ ଏହାର ଉପକାରିତ ବିଷରେ କହିଥିଲେ। ଡାକ୍ତରୀ ପାଠ ପଢିବା ପାଇଁ ପ୍ରତି ୧୦ଜଣ ଛାତ୍ରୀ/ଛାତ୍ରଙ୍କୁ ଗୋଟିଏ ଲେଖାଏଁ ମୃତ ଶରୀର ଆବଶ୍ୟକ ହୁଏ। ଏହା ମାଧ୍ୟମରେ ପିଲାମାନେ ଶରୀରର ବିଭିନ୍ନ ସ୍ନାୟୁ, ଧମନୀ, ଶିରା ପ୍ରଶିରା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ଅବସ୍ଥିତି ବିଷୟରେ ସୁକ୍ଷ୍ମ ଭାବେ ପଢ଼ାଯାଇଥାଏ। ଯାହା ଫଳରେ ପିଲାଟି ଭଲ ଡାକ୍ତର ହୋଇପାରେ।
ଶରୀର ଦାନ କାର୍ଯ୍ୟକ୍ରମରେ ଫ୍ରେଣ୍ଡ ହେଲପିଙ୍ଗ କ୍ଳବ, ମାନବବାଦୀ ହେତୁବାଦୀ ସଂଗଠନର ସମସ୍ତ ସଭ୍ୟଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ଓ ମୃତ ଶରୀରକୁ ପଡିବ କିମ୍ବା ପୋତି ନଷ୍ଟ କରିବା ଅପେକ୍ଷା ଏହାକୁ ମହତ କାର୍ଯ୍ୟରେ ଲଗାଇଲେ ଭଲ ହେବ ଓ ସମସ୍ତଙ୍କୁ ଶରୀର ଦାନ ଚକ୍ଷୁଦାନ ପାଇଁ ବ୍ରତୀହେବାକୁ କହିଥିଲେ। ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦେଶକ ପାଣିଗ୍ରାହୀ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖି ପୌରାଣିକ ତଥ୍ୟ ଉପସ୍ଥାପନା କରିଥିଲେ। ମହାମୁନି ଦଧିଚି ବଜ୍ର ନିର୍ମାଣ ପାଇଁନ ତାଙ୍କ ଅସ୍ଥିଦାନ କରିଥିବା ଉଦାହରଣ ଦେଇଥିଲେ। ଯଦି ମହତ କାର୍ଯ୍ୟରେ ମୃତ ଶରୀରଟି ବିନିଯୋଗ ହୁଏ, ତାହାହିଁ ପୁଣ୍ୟ ଘଟଣା ଯାହା ଜେ.ସତ୍ୟନାରାୟଣ ସମାଜକୁ ଦିଗଦର୍ଶନ ଦେଇଛନ୍ତି। ଯେଉଁ ମାନେ ଚକ୍ଷୁ ଓ ଶରୀର ଦାନ କରିବା ପାଇଁ ଇଛୁକ ଅଛନ୍ତି pledge form ନେବାକୁ
ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ.ନନ୍ଦେଷୁ ସେନାପତି ଅନୁରୋଧ କରିଥିଲେ। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପକ୍ଷରୁ ସଭାପତି ଏମ୍.ବିଦ୍ୟାସାଗର ଚକ୍ଷୁଦାନ ପାଇଁ ଓ ଶରୀର ଦାନ ପାଇଁ କେ.ନନ୍ଦେଷୁ ସେନାପତି ଜେ. ସତ୍ୟନାରାୟଣଙ୍କ ପରିବାରକୁ ମହନୀୟ କାର୍ଯ୍ୟ ପାଇଁ କୃତଜ୍ଞତା ପତ୍ର ପ୍ରଦାନ କରିଥିଲେ। ଏହାସହିତ ଚକ୍ଷୁଦାନ ଓ ଶରୀରଦାନର ପୋଷ୍ଟର ପ୍ରଦର୍ଶିତ କରାଯାଇଥିଲା। ଏହି ସମସ୍ତ ସଚେତନତା କାର୍ଯ୍ୟକ୍ରମକୁ କ୍ଳବର ପୁରୁଖା ସଦସ୍ୟ ଏସ.ଦୁର୍ଗାପ୍ରସାଦ ସୁଚାରୁରୂପେ ପରିଚାଳନା କରିଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )