February 10, 2026
Home » ଜ୍ଞାନ ରଞ୍ଜନ ମିଶ୍ରଙ୍କୁ ଶେଷ ଦର୍ଶନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଜ୍ଞାନ ରଞ୍ଜନ ମିଶ୍ରଙ୍କୁ ଶେଷ ଦର୍ଶନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

0
vlcsnap-2025-04-12-15h12m58s19

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏସଡ଼ିପିଓ ଜ୍ଞାନ ରଞ୍ଜନ ମିଶ୍ରଙ୍କ ମର ଶରୀର ଓଡିଶା ମାଟିରେ ପହଞ୍ଚିବା ପରେ ଜନ୍ମ ମାଟି ଯାଜପୁର ଜିଲ୍ଲା କୁଆଖିଆ କଇଁଚି ଶାସନ ଏବଂ କର୍ମଭୂମି କାମାକ୍ଷାନଗର ସହିତ ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କାମାକ୍ଷାନଗର ଠାରେ ସ୍ଥାନୀୟ ବିଧାୟକ ଶତୃଘ୍ନ ଜେନାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ, ଆଇନଜୀବି ଏବଂ ଶ୍ରୀ ମିଶ୍ରଙ୍କୁ ଭଲ ପାଉଥିବା ଲୋକ ଶେଷ ଦର୍ଶନ କରିଥିଲେ।

ଜଣେ କଲେଜ ଅଧ୍ୟାପକରୁ ଚାକିରୀ ଆରମ୍ଭ କରି ଭିଜିଲାନ୍ସ ଅଫିସର, ଏବଂ ପୋଲିସ ଅଫିସର ଭାବେ ଅନେକ ଖ୍ୟାତି ଅର୍ଜନ କରିଥିଲେ ଜ୍ଞାନ ରଞ୍ଜନ। ଗତ ୯ ତାରିଖ ଦିନ ପରିବାର ଲୋକଙ୍କ ସହିତ ଜାମ୍ମୁ କାଶ୍ମୀରର ବୈଷ୍ଣବଦେବୀ ମନ୍ଦିର ସିଡ଼ି ଚଢ଼ୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ଗତ କାଲି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ପରେ ପୈତୃକ ଗାଁକୁ ନିଆଯାଇଥିଲା। ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ କରାଯିବ

କାମାକ୍ଷାନଗର ଇପିଏ ରାଜ କିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *