ଜୟପୁର ମ୍ୟୁନିସିପାଲଟି ତରଫରୁ ନିଖିଳ ଭାରତ ସ୍ଵୟତ୍ତ ଶାସନ ଦିବସ ପାଳିତ

ଗୋଶାଳା ସହ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ନିଖିଳ ଭାରତ ସ୍ଵୟତ୍ତ ଶାସନ ଦିବସ ୨୦୨୫ ଜୟପୁର ପୌର ପରିଷଦ ତରଫରୁ ରବିବାର ଦିନ ଉପଜିଲ୍ଲାପାଳ ତଥା ପୌର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଏ ଶଶ୍ୟା ରେଡ୍ଡି( ଭା ପ୍ର ସେ )ଙ୍କ ଅଧ୍ୟକ୍ଷତାରେ ମହାଆଡମ୍ବରରେ ପାଳିତ ଉକ୍ତ କାର୍ଯ୍ୟକ୍ରମରେ ପୌର ଉପାଧ୍ଯକ୍ଷା ବି. ସୁନିତା, ସମସ୍ତ କାଉନସିଲର, ଅଧିକାରୀ ଓ କର୍ମଚାରୀଗଣ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଥମେ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ପୂର୍ବାହ୍ନରେ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଜାତୀୟ ପତକା ଉତ୍ତୋଳନ କରି ସାରିବା ପରେ ତାଙ୍କ ସମ୍ଭାଷଣରେ ଆଗାମୀ ଦିନରେ ଜୟପୁର ପୌରପରିଷଦ ଅଧୀନରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଜୟପୁରବାସୀଙ୍କ ସହଯୋଗ କାମନା କରିବା ସହ ମ୍ୟୁନିସିପାଲିଟିର ସାରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ କହିଥିଲେ।
ମଧ୍ୟାହ୍ନ ସମୟରେ ସଫେଇ କର୍ମଚାରୀଙ୍କୁ ପୋଷାକ ବଣ୍ଟନ କରାଯିବା ପରେ ଟାଉନହଲରେ ସମସ୍ତ ସଫେଇ କର୍ମଚାରୀଙ୍କ ପାଇଁ ବଡାଖାନା ମଧାହ୍ନ ଭୋଜନର ଆୟୋଜନ କରାଯାଇଥିଲା ।ଅପରାହ୍ନ ସମୟରେ ଜୟପୁର ପୌରପରିଷଦ ଦ୍ୱାରା ସ୍ୱୟଂତ ଶାସନ ଦିବସ – ୨୦୨୫ ଅବସରରେ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ଵାରା ସୁନାନଗର (କୁନ୍ତରଖାଲ)ରେ ନିର୍ମିତ ଗୋଶାଳାର ଉଦଘାଟନ ,ମେଘମାଲା ଟୋଟା ପାର୍କର ଉଦଘାଟନ, ଦ୍ୱିତୀୟ ଦୈନିକ ବଜାରରେ ଭେଣ୍ଡିଂ ଜୋନର ଉଦଘାଟନ, ମକାପୁଟଠାରେ ସ୍ଥିତ ଏଫଏସଟିପି ପ୍ଲାଣ୍ଟର ନୂତନ ଗୃହର ଉଦ୍ଘାଟନ କରାଯାଇଥିଲା।
ସ୍ୱୟଂତ ଶାସନ ଦିବସ – ୨୦୨୫ ଅବସରରେ ଜୟପୁର ପୌରପରିଷଦ ଦ୍ୱାରା ସଡକ ସୁରକ୍ଷା ସଚେତନତା ରାଲି ,ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ, କଳା ଏବଂ ହସ୍ତଶିଳ୍ପ ତଥା ଅନ୍ୟାନ୍ୟ ପ୍ରତିଯୋଗିତାର ଆୟୋଜିତ ହୋଇଥିଲା।
ସନ୍ଧ୍ୟା ସମୟରେ ବାବାସାହେବ କଲ୍ୟାଣ ମଣ୍ଡପ ପରିସରରେ ଭୁବନେଶ୍ଵରରୁ ଭଟ୍ୟୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିଲା। ତାପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କାର ବିତରଣ ଓ ସମ୍ମାନିତ କାର୍ଯ୍ୟକ୍ରମରେ ଏଲଏସଜି ଦିବସ ୨୦୨୫ ପାଇଁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ପୌରକର୍ମଚାରୀଙ୍କୁ ସମ୍ମାନିତ ସହ ପୁରସ୍କୃତ କରାଯାଇଥିଲା। ତାପରେ ଆୟୋଜିତ ଏହି ସଭା କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତି ରାଉତ ସମେତ ସମସ୍ତ କର୍ମଚାରୀ ସହଯୋଗରେ ସଫଲ୍ୟ ହୋଇଥିଲା।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ