July 1, 2025
Home » ଝାଟିପଦର କ୍ଲଷ୍ଟରର ନିପୁଣ ମେଳା, ଚିକିଟୀ

ଝାଟିପଦର କ୍ଲଷ୍ଟରର ନିପୁଣ ମେଳା, ଚିକିଟୀ

0
WhatsApp Image 2025-01-29 at 2.27.37 PM (1)

ଝାଟିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ଝାଟିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏହି କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳାରେ ଚିକିଟୀ ବ୍ଲକ ଶିକ୍ଷାଅଧିକାରୀ ବସନ୍ତ କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଦ୍ବାରା ପ୍ରସ୍ତୁତ ନିପୁଣ ପ୍ରକଳ୍ପକୁ ବୁଲି ଦେଖିବା ସହିତ ପ୍ରଶଂସା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ନିପୁଣ ଓଡ଼ିଶା ମେଳାର ସାଧାରଣ ବୈଠକରେ କମୋଳମତି ଛାତ୍ରଛାତ୍ରୀଙ୍କ ଭୌତିକ ଓ ସାଧାରଣଜ୍ଞାନର ବିକାଶ ପାଇଁ ରାଜ୍ୟ ସରକାର ଏହି ନିପୂଣ ମେଳା ଯଥେଷ୍ଟ ମାତ୍ରାରେ ସହାୟକ ହୋଇପାରିଛି ବୋଲି ସୂଚନା ପ୍ରଦାନ କରିଥିଲେ ।


ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ମୁଖ୍ୟଅତିଥି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଏବିଇଓ ତଥା ବିଆରସିସି ନିଗମାନନ୍ଦ ପଣ୍ଡା,ସୀମାଞ୍ଚଳ ପଣ୍ଡା, ସୁରୋଲ ପଞ୍ଚାୟତ ସରପଞ୍ଚ ସସ୍ମିତା କୁମାରୀ ସାହୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତନ୍ମୟୀ ସାହୁ ପ୍ରମୁଖ ମଞ୍ଚାସିନ ଥିବାବେଳେ ସୁରୋଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭିକାରୀ ବେହେରା ଉଦ୍ଘୋଷକ ଭାବେ ନିଜକାର୍ଯ୍ୟ ସମ୍ପାଦନା କରିଥିଲେ । ଏହି କ୍ଲଷ୍ଟର୍ ସ୍ତରୀୟ ନିପୁଣ ଓଡ଼ିଶା ମେଳାକୁ ସିଆରସିସି ଏ.ଦମୟନ୍ତୀ ପରିଚାଳନା କରିଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *