ଟଙ୍କା କାରଣରୁ ଜଣେ ସାଥୀ ତାଙ୍କ ସାଙ୍ଗକୁ କଲା ନିର୍ମମ ହତ୍ୟା

ଫୁଲଜାବା ଛକ ଠାରେ ବଳରାମ ଖରାଙ୍କ ହତ୍ୟା କରାଯାଇଥିବା ବିଷୟ ନେଇ ଅଭିଯୁକ୍ତ ଗିରଫ ନେଇ ମଙ୍ଗଳବାର ରାତି ୮.୩୦ ସମୟରେ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ ।
ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲା ବାନ୍ଧୁଗାଓଁ ଥାନା ଅନ୍ତର୍ଗତ ଗାରିଡି ଗ୍ରାମବାସୀ ଲେଟ ମାଧବ ଖରାଙ୍କ ପୁଅ କୁସାମାଲ ଖରା ୧୫/୧୨/୧୨ ଦିନ ୧୧ ଘଣ୍ଟାରେ ୧୪/୧୨/୨୪ଦିନ ପ୍ରାୟ ରାତି ୦୯ ଟା ସମୟରେ ଫୁଲଜାବା ଛକ ଠାରେ କିଛି ଅଜଣା ଅପରାଧୀ ତାଙ୍କ ପୁଅ ବଳରାମ ଖରାଙ୍କ ଉପରେ ଆକ୍ରମଣ କରି ପୁଅଙ୍କୁ ହତ୍ୟା କରାଯାଇଛି ବୋଲି ତିକିରିଥାନରେ ଲିଖିତ ଅଭିଯୋଗ କରିବା ଆଧାରରେ ଏତଲା ପଞ୍ଜିକୃତ କରି ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଥିଲେ। ତଦନ୍ତ ସମୟରେ ମୃତ ବଳରାମ ଖରା ଅଗଷ୍ଟ ୨୦୨୪ରେ ଅଭିଯୁକ୍ତ ରମେସ ଖୋଡିଆଙ୍କ ଠାରୁ ୨୫୦୦୦/-ଟଙ୍କା ନେଇଥିଲେ।
କିନ୍ତୁ ଅଭିଯୁକ୍ତ ବାରମ୍ବାର ମୃତକଙ୍କୁ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିବା ପରେ ମଧ୍ୟ ମୃତକ ଅଭିଯୁକ୍ତଙ୍କ ପ୍ରତି କାନେଇ ନ ଥିଲେ ।ପରିଶେଷରେ ୧୪ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ରମେଶ ଝୋଡ଼ିଆ ତା ବନ୍ଧୁକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇ ଯୋଜନା ଅନୁଯାୟୀ, ସେ ଏକ ଛୁରୀ କିଣି ପ୍ରସ୍ତୁତ ରହି ତାପରେ ସେହି ସମସ୍ତ କାମ ସରିବା ପରେ ଘରକୁ ଫେରିଥିବା ଅଟୋ ଚାଳକ ବନ୍ଧୁ ଖରାକୁ ରାତିରେ ଫୋନ କରି ଡାକି କିଛି ଦୂରରେ ଅପେକ୍ଷା କରିଥିବା ବନ୍ଧୁ ଅଟୋରେ ଆସିବି କହି ଅଟୋରେ ପଛ ରେ ବସି ଅଟୋ ଚାଳକ ବନ୍ଧୁକୁ ଟଙ୍କା ମାଗିବା ସହ ଏ ନେଇ ଟିକିରିର ଫୁଲଜାବା ଛକ ଠାରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ପଛ ପଟରୁ ଛୁରୀରେ ଅଟୋଚାଳକ ବେକରେ ଆକ୍ରମଣ କରିବା ପରେ ପଛକୁ ଅନେଇବା ପରେ ମୁଁହ ହାତରେ ଅଭିଯୁକ୍ତ ବନ୍ଧୁ ଆକ୍ରୋଶ ଭାବେ ଛୁରୀରେ ପ୍ରହାର କରିବା ପରେ ଅଟୋ ଚାଳକ ବନ୍ଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ୦୨ ଟି ଏଟିଏମ୍ କାର୍ଡ, ଗୋଟିଏ ଡାକ କାର୍ଡ ସହ ମୃତକଙ୍କ ୱାଲେଟ ନେଇ ମୃତ ବ୍ୟକ୍ତିଙ୍କ ଏଟିଏମ କାର୍ଡ ବ୍ୟବହାର କରି ଟଙ୍କା ଉଠେଇବାକୁ ଚେଷ୍ଟା କରି ବିଫଳ ହେବା ପରେ ରେସନ କିଣିବାକୁ ଚେଷ୍ଟା କରିଥିଲା। ଏହା ନେଇ ପୋଲିସ ସମସ୍ତ ସିସି କ୍ୟାମେରା ଯାଞ୍ଚ କରିବା ସହ ଅଭିଯୁକ୍ତର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖି ଥିଲା । ଦିନେ ଏକ ରେସନ ଦୋକାନରୁ ଦୋକାନୀ ଅଭିଯୁକ୍ତକୁ ଚିହ୍ନି ପାରିବା ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ଓ ଅଭିଯୁକ୍ତ ଠାରୁ ଛୁରୀ,ଏଟିଏମ୍ କାର୍ଡ ୨ତି,କଳାପର୍ସ ଜବତ କରିଛି ରାୟଗଡ଼ା ପୋଲିସ । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ା ପୋଲିସ କହିଚି । ମଙ୍ଗଳବାର ରାତି ୮.୩୦ ସମୟରେ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସହ ଏଏସପି,ଏସଡିପିଓ, ଟିକିରି ଆଇ ଆଇ ସି, ଇନ୍ସପେକ୍ଟର ଉପସ୍ଥିତ ଥିଲେ ।
ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )