February 27, 2026
Home » ଟାଇମ୍ସ ବିଜିନେସ୍ ଆୱାର୍ଡ ବିହାରରେ ସୋଆ ଏବଂ ଆଇଟିିଇଆର ସମ୍ମାନିତ

ଟାଇମ୍ସ ବିଜିନେସ୍ ଆୱାର୍ଡ ବିହାରରେ ସୋଆ ଏବଂ ଆଇଟିିଇଆର ସମ୍ମାନିତ

0
times business award

ଭୁବନେଶ୍ୱର,: ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ଏବଂ ଶିଳ୍ପ କ୍ଷେତ୍ର ନିମନ୍ତେ ପ୍ରସ୍ତୁତିକୁ ନେଇ ‘ପୂର୍ବ ଭାରତର ପ୍ରମୁଖ ବିଶ୍ୱବିଦ୍ୟାଳୟ’ ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ନିକଟରେ ପାଟନା ଠାରେ ଆୟୋଜିତ ଟାଇମ୍ସ ବିଜିନେସ୍ ଆୱାର୍ଡ୍ସ ୨୦୨୫ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି।
ସୋଆକୁ ‘ଇଷ୍ଣର୍ଣ୍ଣ ଇଣ୍ଡିଆଜ୍ ପ୍ରିମିୟର ୟୁନିଭର୍ସିଟି ଫର ରିସର୍ଚ୍ଚ ଏକ୍ସିଲେନ୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ରେଡିନେସ୍‌’ ଭାବେ ସମ୍ମାନିତ କରାଯାଇଥିଲା।
ଉଦ୍‌ଭାବନ, ଶୈକ୍ଷିକ ଉତ୍କର୍ଷତା ଏବଂ ଶିଳ୍ପ ଭିତିକ ଶିକ୍ଷାକୁ ନେଇ ସୋଆର କାର୍ଯ୍ୟଧାରା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ଟାଇମ୍ସ ବିଜିନେସ୍ ଆୱାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଏଥି ସହିତ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୂର୍ବ ଭାରତର ୧ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ କରାଯାଇଛି।
ଯୁବପିଢ଼ିଙ୍କ ଦକ୍ଷତାକୁ ପ୍ରତିପାଦିତ କରିବା, ଗବେଷଣାକୁ ଗୁରୁତ୍ୱ ଦେବା ସହ ଶିଳ୍ପ କ୍ଷେତ୍ର ନିମନ୍ତେ ଇଞ୍ଜିନିୟରମାନଙ୍କୁ ପ୍ରସ୍ତୁତ କରୁଥିବା ବେଳେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଆଇଟିଇଆରର ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ପ୍ରତିପାଦନ କରିପାରିଥିବା ପରିପ୍ରେକ୍ଷୀରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସୋଆ ପକ୍ଷରୁ ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ଠାରୁ ଏହି ଦୁଇଟି ସମ୍ମାନ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *