April 24, 2025
Home » ଟାଙ୍ଗିଆ ବେଣ୍ଟ ରେ ପିଟିପିଟି ମାରିଦେଲା ସ୍ବାମୀ,

ଟାଙ୍ଗିଆ ବେଣ୍ଟ ରେ ପିଟିପିଟି ମାରିଦେଲା ସ୍ବାମୀ,

0

କୁଚିଣ୍ଡା ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକ୍ରା ଗ୍ରାମପଞ୍ଚାୟତ ତୁରିପଡା ଗ୍ରାମ ରେ ଜଣେ ବ୍ୟକ୍ତି ତା’ର ପତ୍ନୀ କୁ ରାଗରେ ପିଟିପିଟି ମାରିଦେଇଥିବା ` ଏହି ଘଟଣା ଘଟିଥିବା ଜଣାପଡିଛି। ମୃତ କଳିଙ୍ଗ ବାଘ (୩୫) ବର୍ଷ , ଅଭିଯୁକ୍ତ ସ୍ବାମୀ ପ୍ରଦୀପ ବାଘ ୩୯ ବର୍ଷ କୁ ଗୋବିନ୍ଦପୁର ପୋଲିସ ଗିରଫ କରି କୋଟ ଚାଳନ କରିଛନ୍ତି। ମୃତ ମହିଳା ଙ୍କ ଭାଇ ବାବୁଲୁ ମାଝୀ ଙ୍କ ଅଭିଯୋଗ କ୍ରମେ ୧୦୩(୧) ବିଏନଏସ ୪୩/୨୫ ରେ ଏକ ମୋକଦ୍ଦମା ରୁଜ୍ଜୁ କରିଛନ୍ତି।
ଅଭିଯୋଗ ଅନୁଯାୟୀ ରଙ୍ଗିଆଟିକ୍ରା ତୁରୀପଡା ର ପ୍ରଦୀପ ବାଘ ସୁନ୍ଦରଗଡ ସଦର ଥାନା ସିଆଲବାହାଲ ଗ୍ରାମ ର କଳିଙ୍ଗା କୁ ବିବାହ କରିଥିଲେ।ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ରବିବାର ରାତିରେ ରେ କୈାଣସି କଥା କୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପିଟି ତୁଣ୍ଡ ହୋଇ ମାଡପିଟ ହୋଇଥିଲା। ଏହି ଘଟଣାରେ ପ୍ରଦୀପ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆ ବେଣ୍ଟ ରେ ତା ସ୍ତ୍ରୀ କୁ ନିସ୍ତୁକ ମାଡ ମାରି ବେହୋସ କରିଦେଇଥିଲା ପରେ ମୁମୁର୍ଶ ଅବସ୍ଥାରେ କଳିଙ୍ଗା କୁ ରାତ୍ରୀ ରେ ଏକ ଆମ୍ବୁଲାନ୍ସରେ ଗୋବିନ୍ଦପୁର ଥାନା କୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତରଖାନା ରେ ଡାକ୍ତର ତାର ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରି ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ମୃତ ମହିଳା ଙ୍କ ଭାଇ ଏ ନେଇ ଗୋବିନ୍ଦପୁର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଶବ ଟିକୁ ଜବତ କରି ପ୍ରଦୀପ କୁ ଗିରଫ କରି ତାଙ୍କ ଘରୁ ହତ୍ୟା କାଣ୍ଡ ରେ ବ୍ୟବହୃତ ଟାଙ୍ଗିଆ ବେଣ୍ଟ କୁ ଜବତ କରି କୋଟ ଚାଳନ କରିଛନ୍ତି। କୁଚିଣ୍ଡା ଏସଡିପିଓ ପ୍ରଦୀପ ଦାସଙ୍କ ଉପସ୍ଥିତି ରେ ସାଇଣ୍ଟିଫକ ଦଳ ମଧ୍ୟ ଏହାର ତଦନ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *