March 12, 2025
Home » ଟାଟା ଷ୍ଟିଲ ଯୋଡା ରେ ରତନ ଟାଟା ଙ୍କୁ ଶ୍ରଦ୍ଧାଞ୍ଜଳି

ଟାଟା ଷ୍ଟିଲ ଯୋଡା ରେ ରତନ ଟାଟା ଙ୍କୁ ଶ୍ରଦ୍ଧାଞ୍ଜଳି

0

 

ଯୋଡା – ଭାରତର ଅନ୍ୟତମ ସମ୍ମାନଜନକ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନ ଜଣାଇ ଗୁରୁବାର ଟାଟା ଷ୍ଟିଲ ଯୋଡା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା। ରତନ ଟାଟା ଅକ୍ଟୋବର ୯, ୨୦୨୪ ରେ ମୁମ୍ବାଇ ଠାରେ ଏକ ଘରୋଇ ଚିକିତ୍ସାଳୟରେ ଇହଲିଳା ସମ୍ବରଣ କରିଥିଲେ।

ଯୋଡା ସେଣ୍ଟ୍ରାଲ ଅର୍ଗାନାଇଜେସନ (ଜେ ସି ଓ) ଠାରେ ଆୟୋଜିତ ଏହି ସଭାରେ ବରିଷ୍ଠ ଅଧିକାରୀ, ଶ୍ରମିକ ସଂଘର ଅଧିକାରୀ ଏବଂ କର୍ମଚାରୀମାନେ ଏକତ୍ରିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ ।

ସେହିପରି ଯୋଡା ଇଷ୍ଟ ଲୌହ ଖଣି, ଖଣ୍ଡବନ୍ଧ ଲୌହ ଖଣି, ନୀଳାଚଳ ଖଣି, କଳମଙ୍ଗ ଏବଂ ଗନ୍ଧଲପଦା ପ୍ରକଳ୍ପ, ଆର ଏମ୍ ପି ଅଫିସ ଏବଂ ଫେରୋ ପ୍ଲାଣ୍ଟ ପରିସରରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା I

ଏହି ସଭାରେ ସମସ୍ତେ ରତନ ଟାଟା ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ I

ଟାଟା ସନ୍ସର ଏମିରିଟସ୍ ଅଧ୍ୟକ୍ଷ ଥିବା ରତନ ଟାଟା କେବଳ ଜଣେ ଦୂରଦର୍ଶୀ ନେତୃତ୍ଵ ନଥିଲେ ବରଂ ଜଣେ ସମାଜସେବୀ ମଧ୍ୟ ଥିଲେ, ଯାହାର ପ୍ରଭାବ କର୍ପୋରେଟ ଜଗତ ବାହାରେ ମଧ୍ୟ ପରିଚିତ ହୋଇଥିଲା । ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ଇସ୍ପାତ, ଅଟୋମୋବାଇଲ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ବିସ୍ତାର କରି ଭାରତର ଶିଳ୍ପ ପରିଦୃଶ୍ୟକୁ ଗଢ଼ିତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ରତନ ଟାଟା ନୈତିକ ବ୍ୟବସାୟ ଅଭ୍ୟାସ, ଉଦ୍ଭାବନ ଏବଂ ସାମାଜିକ ଦାୟିତ୍ୱବୋଧ ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ତାଙ୍କର ପଦକ୍ଷେପ, ସମଗ୍ର ଦେଶରେ ଅଗଣିତ ଜୀବନରେ ପରିବର୍ତ୍ତନ ଆଣିଛି । ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବିକା ଭଳି କ୍ଷେତ୍ରଉପରେ ଧ୍ୟାନ ଦେଉଥିବା ଟାଟା ଟ୍ରଷ୍ଟ, ଦେଶ ନିର୍ମାଣ ପ୍ରତି ତାଙ୍କର ସମର୍ପଣର ଉଦାହରଣ ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ।

Leave a Reply

Your email address will not be published. Required fields are marked *