ଟିକାବାଲି ଏ.ଏମ.ସି.ଏସ.ମହାବିଦ୍ୟାଳୟ ରେ 37 ତମ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ

-ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ.ସି.ଏସ.ମହାବିଦ୍ୟାଳୟ ରେ ତା.07.01.2025.ରିଖ ଦିନ ଘୁ ଉଦୟଗିରିର ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ, ଉଦଯାପନୀ ଉତ୍ସବରେ ମୂଖ୍ୟ ଅତୀଥି ଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୀଲିପ କହଁର, ରାଜ୍ୟ ବିଜେପି ଏ ସି ସେଲ ଉପସଭାପତି ଶ୍ରୀ ରାମବିଶି ଦିଗାଳ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ
ଏହି ଅବସରରେ ଟିକାବାଲି ବ୍ଲକ ବିଜେପି ସାଂସଦ ପ୍ରତୀନିଧି ଜିତେନ୍ଦ୍ର ଡାକୁଆ ଉପ ସଭାପତି ସୁଜିତ କୁମାର ଦାସ ଯୋଗ ଦେଇଥିଲେ, ଏହି ଉଦଯାପନୀ ଉତ୍ସବରେ ଏ ଏମ ସି ଏସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ ହେଇଥିଲା ବିଭିନ୍ନ ଖେଳ ଆୟୋଜନ ହୋଇଥିଲା ସଭାକୁ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀ ନରେନ୍ଦ୍ର ଦିଗାଲ ପରିଚାଳନା କରିଥିଲେ ଖେଳ ର ସମସ୍ତ ଭାର ଅଧ୍ୟାପକ ତଥା ରେଫରି ସୁଶାନ୍ତ କୁମାର ଭୋଳ ,ରତନ କୁମାର ଦିଗାଳ କର୍ମଚାରୀ ଛାତ୍ରଛାତ୍ରୀ ସହଯୋଗ କରିଥିଲେl
କନ୍ଧମାଳ ଇ ପି ଏ ଫୁଲବାଣୀ ରୁ ପ୍ରମୋଦ କୁମାର ନାୟକ ଓ ବାଲିଗୁଡା ରୁ ମଧୁସ୍ମିତା ନାୟକ ଙ୍କ ରିପୋର୍ଟ