July 2, 2025
Home » ଟିଟିଲାଗଡ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଳାପାଳଙ୍କ ଦ୍ୱାରା ଅଗ୍ରାହ୍ୟ

ଟିଟିଲାଗଡ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଳାପାଳଙ୍କ ଦ୍ୱାରା ଅଗ୍ରାହ୍ୟ

0
download-titi

ଟିଟିଲାଗଡ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଦିଆଯାଇଥିବା ଆବେଦନକୁ ଉପଜିଲ୍ଳାପାଳ ରେହାନ ଖତ୍ରୀ ଅଗ୍ରାହ୍ୟ କରିଛନ୍ତି। ଏହାକୁ ନେଇ ଉପଜିଲ୍ଳାପାଳ କାର୍ଯ୍ୟାଳୟରୁ ବିଭାଗୀୟ ପତ୍ର ସଂଖ୍ୟା ୧୪୫୫/୦୬/୦୩/୨୦୨୫ ମାଧ୍ୟମରେ ଜିଲ୍ଳାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଳକ ଅଧ୍ୟକ୍ଷାଙ୍କୁ ଜଣାଇ ଦିଆଯାଇଛି। ବ୍ଲକ ରାଜନୀତିକୁ ନେଇ ଶାସକ ବିଜେପି ଓ ବିଜେଡି ଦଳ ମଧ୍ୟରେ ତିକ୍ତତା ଚରମ ସୀମା ଅତିକ୍ରମ କରିଥିବାବେଳେ କିଛି ବିଜେପି ସମର୍ଥିତ ସଭ୍ୟ ଉପଜିଲ୍ଳାପାଳଙ୍କ ଠାରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଆବେଦନ କରିଥିଲେ। ଆବେଦନ ପରେ ଉପଜିଲ୍ଳାପାଳ ଏହାର ବିଭିନ୍ନ ଦିଗକୁ ତର୍ଜମା କରିଥିଲେ। ସୁର୍ଡା ସମିତି ସଭ୍ୟ କମଲେସ ସୁନା ଭୁଲବଶତଃ ଦସ୍ତଖତ ଦେଇଥିବା ଓ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁନଥିବା ନେଇ ଲିଖିତ ଭାବରେ ଉପଜିଲ୍ଳାପାଳଙ୍କୁ ଜଣାଇଥିଲେ। ଏଥିସହ ଆବେଦନକାରୀଙ୍କ ଦସ୍ତଖତ ଯାଂଚ ସମୟରେ ଦସ୍ତଖତ ମେଳ ଖାଉନଥିବା ଜଣାପଡିଥିଲା। ବ୍ୟକ୍ତିଗତ ଭାବରେ ମଧ୍ୟ କିିଛି ସଦସ୍ୟ ଉପଜିଲ୍ଳାପାଳଙ୍କୁ ସାକ୍ଷାତ କରି ଅନାସ୍ଥା ପ୍ରତି ତାଙ୍କ ସମର୍ଥନ ନଥିବା ଜଣାଇଥିଲେ। ସମସ୍ତ ଦିଗକୁ ବିଚାରକୁ ନେଇ ଉପଜିଲ୍ଳାପାଳ ଏହି ଆବେଦନ ଅଗ୍ରାହ୍ୟ କରିଥିବା ବିଭାଗୀୟ ପତ୍ର ମାଧ୍ୟମରେ ଜଣାଇଛନ୍ତି।

titilagarh ru santosh kejerwal nka report
epa news

Leave a Reply

Your email address will not be published. Required fields are marked *