ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ମାମଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ଼(ଇ ପିଏ),ଟିଟିଲାଗଡ ବ୍ଲକ ରାଜନୀତି କୁ ନେଇ ବିଜେଡ଼ି, ବିଜେପି ବିବାଦ ତୀବ୍ର ହେବାରେ ଲାଗିଛି। ଦିନକ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷା ନିଜ ସମର୍ଥକ ଙ୍କ ସହ ବିଧାୟକ ଓ ବିଡ଼ିଓ ଙ୍କ ବିରୁଦ୍ଧରେ ଧାରଣା ପ୍ରଦର୍ଶନ କରିଥିବାବେଳେ ବିଜେପି ସମର୍ଥିତ ସଭ୍ୟ ଉପଜିଲ୍ଲାପାଳ ଙ୍କ ଠାରେ ବ୍ଲକ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଆବେଦନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଟୁକୁନି ସାହୁ ବିଡ଼ିଓ ଙ୍କୁ ନିଜ ହାତ ବାରିସୀ କରି ବିଧାୟକ ନବୀନ ଜୈନ ବ୍ଲକ ରେ ଏକଛତ୍ରବାଦ ଚଲେଇ ଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି।ବିଜେପି ସରକାର ଆସିବା ପରେ ବ୍ଲକ ରେ ପିସି କାରବାର ବୃଦ୍ଧି ପାଇଥିବା ଓ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି।
ବ୍ଲକ ରେ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ଫାଇଲ ଦସ୍ତଖତ ପରେ ମଧ୍ୟ ବିଧାୟକଙ୍କୁ ପିସି ନଦେଲେ ବିକାଶ କାର୍ଯ୍ୟର ଫାଇଲ ଆଗକୁ ବଢ଼ୁ ନାହିଁ।ସେ ମିଶନ ଶକ୍ତି ବିଭାଗରେ ମନ୍ତ୍ରୀ ଥିବା ବେଳେ୨.୫ କୋଟି ଟଙ୍କା ବ୍ୟୟ ଅଟକଳରେ ସହର ମଧ୍ୟରେ ମିଶନ ଶକ୍ତି ହାଟ ପ୍ରତିଷ୍ଠା ହୋଇଥିବା ବେଳେ ତାହା ଆଜିଯାଏ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାର ନୂତନ କୋଠା ନିର୍ମାଣ ହୋଇଥିଲେ ସୁଦ୍ଧା ଡାକ୍ତରଖାନା ସମ୍ପୂର୍ଣ ସ୍ଥାନାନ୍ତର ହୋଇପାରି ନାହିଁ।ଡାକ୍ତରଖାନାରେ ଡାକ୍ତର ଅଭାବ ଲାଗି ରହିଛି ।ଉଦ୍ଦେଶ୍ୟ ମୂଳକ ଭାବରେ ଅଭିମନ୍ୟୁ କଲ୍ୟାଣ ମଣ୍ଡପ ର ନାମ ପରିବର୍ତ୍ତନ କରାଯାଇଥିବା ଆଦି ଗୁରୁତର ଅଭିଯୋଗ ଶ୍ରୀମତୀ ସାହୁ ଆଣିଥିଲେ।ଏହିପରି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ବିଜେଡି ରାଜ ରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଥିଲେ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକଙ୍କ ସମେତ ଉପାଧ୍ୟକ୍ଷ ଜଗତରାମ ରଣା, ବରିଷ୍ଠ ବିଜେଡ଼ି ନେତା ପ୍ରେମ ଜୈନ, ଶ୍ୟାମାପ୍ରସାଦ ଗରିଆ, ଦିଲୀପ ବାଗ, ଜିଲ୍
titilagarh ru santosh kejerawal nka report