ଟିଟିଲାଗଡ ବ୍ଲକ ରାଜନୀତି ସରଗରମ ବ୍ଲକ ଅଧ୍ୟକ୍ଷା ଙ୍କ ଧାରଣା ପରେ ଅନାସ୍ଥା ପ୍ରସ୍ତାବ

ଟିଟିଲାଗଡ ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିଲ ପାସ କୁ ନେଇ ବିବାଦ ଚରମ ସ୍ତର ରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବିଧାୟକ ଙ୍କ ନିର୍ଦ୍ଦେଶ ରେ ବିଡ଼ିଓ ପରିଚାଳିତ ହେଉଥିବା ତଥା ବିଧାୟକ ଙ୍କ ଅହେତୁକ ହସ୍ତକ୍ଷେପ ଅଭିଯୋଗ ନେଇ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ କିଛି ସମିତି ସଭ୍ୟ ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି।
ତେବେ ବିଡ଼ିଓ ଚନ୍ଦ୍ରମଣି ନାଗ ଅଭିଯୋଗ କୁ ଭିତ୍ତିହୀନ କହିବା ସହ ବହୁ ଫାଇଲ ବ୍ଲକ ଅଧ୍ୟକ୍ଷା ନିଜେ ଦୀର୍ଘଦିନ ଧରି ରଖିଥିବା କହିଛନ୍ତି।ବିଧାୟକ ନବୀନ ଜୈନ ମଧ୍ୟ ଅଭିଯୋଗ କୁ ରାଜନୈତିକ ଉଦ୍ଦେଶ୍ୟ ମୂଳକ ଓ ବିଜେପି ସରକାର ଆସିବା ପରେ ବ୍ଲକ ରେ ଆସୀନ ବିଜେଡି ନେତା ଙ୍କ ମନଇଚ୍ଛା କାର୍ଯ୍ୟ ବନ୍ଦ ହୋଇଥିବା କହିଛନ୍ତି।ତେବେ ଗୋଟିଏ ପଟେ ବ୍ଲକ ଅଧ୍ୟକ୍ଷା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ବିକାଶ କାର୍ଯ୍ୟ ରେ ଅନ୍ତରାୟ ସୃଷ୍ଟି କରିବା ଅଭିଯୋଗ ନେଇ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ୧୮ ଜଣ ସରପଞ୍ଚ ଓ ସମିତି ସଭ୍ୟ ଉପଜିଲ୍ଲାପାଳ ଙ୍କ ଠାରେ ଲିଖିତ ଆବେଦନ କରିଛନ୍ତି।
titilagarh ru sontosh kejerwal nka report