July 7, 2025
Home » ଟି.ବି. ମୁକ୍ତ ଭାରତ ଅଭିଯାନରେ ଆଇ.ଆର୍.ଇ.ଏଲ୍. ବଳିଷ୍ଠ ପଦକ୍ଷେପ !

ଟି.ବି. ମୁକ୍ତ ଭାରତ ଅଭିଯାନରେ ଆଇ.ଆର୍.ଇ.ଏଲ୍. ବଳିଷ୍ଠ ପଦକ୍ଷେପ !

0
WhatsApp Image 2024-12-31 at 12.03.33 PM (1)

ଗଞ୍ଜାମ ଜିଲ୍ଲାରେ ଭାରତ ସରକାରଙ୍କର ଦୃଢ଼ ସଂକଳ୍ପ ଟି.ବି. ହାରିବ, ଦେଶ ଜିତିବ ବ୍ୟାପକ ପ୍ରୟାସ ଜାରୀ ରହିଛି ।। ଟି.ବି. ମୁକ୍ତ ଭାରତ ଅଭିଯାନରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ରାଜଯକ୍ଷ୍ମା ଯଥା ଟି.ବି. ରୋଗର ଲକ୍ଷଣ, ପାଦୃଭାବ ଓ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଆସୁଅଛି । ଏଦିଗରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ର ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବା ପୂର୍ବକ ଉନ୍ନତ ମାନର ପୃଷ୍ଟିକର ଖାଦ୍ୟ ପେକେଜ୍ ଟି.ବି. ରୋଗୀ ଙ୍କ ନିମନ୍ତେ ସୌଜନ୍ୟତା ହାସଲ କରି ଜିଲ୍ଲାରେ ଏକ ନିଆରା ସଫଳ ରୂପାୟନ କାର୍ଯ୍ଯ ହାତକୁ ନେଇ ନୀକ୍ଷ-ମିତ୍ର ଭାବେ ଗଞ୍ଜାମ ଜିଲ୍ଲାରେ ପ୍ରସଂଶନୀୟ ବାର୍ତ୍ତା ବହନ କରିଛନ୍ତି ବୋଲି ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଜୟ କୁମାର ପଣ୍ଡା କହିଛନ୍ତି ।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ର ଉଦ୍ୟାକ୍ତଙ୍କୁ, ଜିଲ୍ଲାପ୍ରଶାସନ,ନୀକ୍ଷ-ମିତ୍ର ଭାବେ ଦାୟିତ୍ଵ ବହନ କରିଥିବା ଆଇ.ଆର୍.ଇ.ଏଲ୍ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ ।

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ସେମିନାର ହଲ୍ ପରିସରରେ ଟି.ବି. ମୁକ୍ତ ଭାରତ ଅଭିଯାନର ଏକ ଆଲୋଚନାଚକ୍ର,କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଶା ଦିଦି, ଏ.ଏନ.ଏମ୍. ସ୍ଵାସ୍ଥ୍ୟ କର୍ମୀ, ଟି.ବି. ଚାମ୍ଫିୟାନ, ସ୍ଵାସ୍ଥ୍ୟଧିକାରୀ ପ୍ରମୁଖ ଅଂଶଗ୍ରହଣ କରି ଜିଲ୍ଲାରେ ଟି.ବି. ରୋଗର ମୂଳଉତ୍ପାଟନ୍ ତଥା ଟି.ବି. ମୁକ୍ତ ଅଭିଯାନ କୁ ସଫଳ ରୂପାୟନ କରିବା ନିମନ୍ତେ ସମୂହ ଶପଥ ପାଠ କରିଥିଲେ । ଏହି ବର୍ଣ୍ଣାଢ଼୍ୟ ଟି.ବି. ମୁକ୍ତ ଭାରତ ଅଭିଯାନର ସଚେତନତା କର୍ମଶାଳା ସମାରୋହରେ ମୁଖ୍ୟବକ୍ତା ଭାବେ ରାଜ୍ଯ ଟି.ବି. ସୁପରଭାଇଜର୍ ଡ଼ା. ବୀଣାପାଣି ନନ୍ଦ ଯୋଗଦେଇ ଆଶା ଦିଦି ଙ୍କ ଭୂମିକା କୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରସଂଶା କରି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ତଥା ଓସ୍କୋମ୍ ମୁଖ୍ୟ କେ.କେ. ପାତ୍ର ,ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସୁପନଣ୍ଟେଣ୍ଡଟ୍ ଡ଼ାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ମିନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସୁପନଣ୍ଟେଣ୍ଡଟ୍ ଡ଼ାକ୍ତର ସ୍ୱାଧୀନ ରଥ, ଆଇ.ଆର୍.ଇ.ଏଲ୍ ସ୍ଵାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଏ. ପାଲ୍, ଡ଼ାକ୍ତର ବି. ଶୁଭା, ସି.ଏସ.ଆର. ବିଭାଗ ର ଡି.ଜି.ଏମ. ଏନ. କେ. ନାୟକ, ବରିଷ୍ଠ ମ୍ୟାନେଜର ଦୀପକ୍ ମିଶ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇ ଏହି ଅଭିଯାନ ର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷତା ପ୍ରଦର୍ଶନ କରିଥିବା ଆଶା ଦିଦି ଏବଂ ତିନିଜଣ ଟି.ବି. ଚାମ୍ଫିୟାନଙ୍କୁ ପୁରସ୍କୃତ ହୋଇଛନ୍ତି । ଟି.ବି. ଚାମ୍ଫିୟାନ ମୁନା ବେହେରା ଙ୍କୁ ଜାତୀୟସ୍ତରରେ ପ୍ରଶଂସାପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଶି କେଶନ୍ ଦାସ୍, ଏବଂ ଲକ୍ଷ୍ମୀଧର ଦାସ ଙ୍କୁ ମଧ୍ୟ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ପରେ ଚିହ୍ନଟ ହୋଇଥିବା ଟି.ବି. ରୋଗୀ ଙ୍କୁ ପୃଷ୍ଟିକର ଖାଦ୍ୟ ପକେଜ୍ ବିତରଣ କରାଯାଇ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ପ୍ରତିପାଦନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ସୁଧୀର କାନ୍ତ ବେହେରା ସଂଯୋଜନା କରିଥିବା ବେଳେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଦେଶୀ ଜେନା ପରିଚାଳନା କରିଥିଲେ ।

ପ୍ରକାଶ ଥାଉକି, ଡିସେମ୍ବର ୭ ତାରିଖ ଠାରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଟି.ବି. ମୁକ୍ତ ଭାରତ ଅଭିଯାନ ର ୧୦୦ ଦିନର ପଦକ୍ଷେପ ନିମନ୍ତେ ତୃଣମୂଳସ୍ତରରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଜାରୀ ରହିଛି । ଟି.ବି. ମୁକ୍ତ ଭାରତ ଅଭିଯାନରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ରାଜଯକ୍ଷ୍ମା ଯଥା ଟି.ବି. ରୋଗର ଲକ୍ଷଣ, ପାଦୃଭାବ ଓ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଆସୁଅଛି ।
ସଫଳ ରୂପାୟନ କରିବା ଦିଗରେ ବଳିଷ୍ଠ ଉଦ୍ୟମ ଜାରୀ ରଖିଛନ୍ତି ।

Leave a Reply

Your email address will not be published. Required fields are marked *