October 23, 2025
Home » ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

0
WhatsApp Image 2025-10-05 at 7.16.04 PM

ଯାଜପୁର: ବୈତରଣୀ ରୋଡ -ଦୁଲାଖାପାଟଣା ଷ୍ଟେସନ ମଧ୍ୟରେ କି:ମି:୪୨୪ ମିଟର ଖୁମ୍ବ ନିକଟରେ ଜଣେ ଯୁବକ ପୁରୀ ଠାରୁ କଲିକତା ଯାଉଥିବା ଦୃତଗାମୀ ଶତାବ୍ଦୀ ଏକ୍ସପ୍ରେସ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଶତାବ୍ଦୀ ଏକ୍ସପ୍ରେସ ଲୋକ ପାଇଲଟ୍ ଭଦ୍ରକ ଷ୍ଟେସନରେ ଲିଖିତ ସୂଚନା ଦେଇଥିବା ଭଦ୍ରକ ଆରପିଏଫ/ଜିଲାରଓପି ପୁଲିସଙ୍କ ଠାରୁ ସୂଚନା ମିଳିଛି।ଭଦ୍ରକ ଜିଆରଓପି ଏଏସ ଆଇ ଦିଲୀପ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ପ୍ରାଣ ହରାଇ ଟ୍ରେନ ଲାଇନ କଡ଼ରେ ପଡ଼ିଥିବା ଯୁବକର ଏକ ଅପମୃତ୍ୟୁ ନଂ-୬୯/୫.୧୦.୨୦୨୫ ରିଖରେ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।ମିଳିବା ସୂଚନା ଅନୁଯାୟୀ କୋରେଇ ଥାନା ମୁକୁନ୍ଦପୁର ଗ୍ରାମପଞ୍ଚାୟତ ଓଶଳା ଗ୍ରାମ ଘଣ୍ଟାଇପରିବାର ର ଭଣଜା ଧନଞ୍ଜୟ ମହାପାତ୍ର (୨୮) ମୃତ- ପିତା ଲକ୍ଷ୍ମୀଧର ମହାପାତ୍ର, ଗ୍ରାମ -ଝୁଟଣା,ଥାନା-ଭଣ୍ଡାରିପୋଖରୀ , ଭଦ୍ରକ, ବାପା-ମାଙ୍କ ମୃତ୍ୟୁ ପରେ ଦୀର୍ଘ ଦିନ ଧରି ମାମୁଁ ଘର ଓଶଳାରେ ରହୁଥିବା ପରିବାର ସଦସ୍ୟଙ୍କୁ ଠାରୁ ସୁଚନା ମିଳିଛି।କୈାଣସି କାରଣରୁ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିବା ଭଦ୍ରକ ଜିଆରଓପି ଏଏସ ଆଇ ଦିଲୀପ କୁମାର ସେଠୀ ସୂଚନା ଦେଇଛନ୍ତି।

 

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *