July 16, 2025
Home » ଠିକା ଦାରଙ୍କ ମନ ମାନି ମନ୍ଥର ଗତିରେ ଚାଲିଛି ବିଜୁ ସେତୁ

ଠିକା ଦାରଙ୍କ ମନ ମାନି ମନ୍ଥର ଗତିରେ ଚାଲିଛି ବିଜୁ ସେତୁ

0
WhatsApp Image 2025-07-08 at 2.46.02 PM

ବର୍ଷା ଜଳରେ ଭାଙ୍ଗିଲା ଅସ୍ଥାୟୀ ପୋଲ ୬ ଟି ୱାର୍ଡ଼ ବାହ୍ୟ ଜଗତରୁ ବିଛିନ୍ନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ କ ନୂଆଗାଁ ବ୍ଲକ ଆଡ଼ିମାହା ପଂଚାୟତର 6 ଟି ୱାର୍ଡ଼ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି l ସୂଚନା ଅନୁଯାଇ ମହାସିଂ ଓ ଆଡ଼ିମାହା ପଂଚାୟତ କୁ ସଂଯୋଗ କରୁଥିବା ଗାଜାରବନ୍ଧ ତୁଠ ରେ ବହି ଯାଉଥିବା ଗମ୍ଭାରୀ ନଦୀ ଉପରେ ତିନି ବର୍ଷ ହେବ ଆରଡି ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମନ୍ଥର ଗତିରେ ଏହାର ନିର୍ମାଣ କାର୍ଯ୍ୟ ଚାଲୁଛି l ଏହା ଫଳରେ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇ ପାରୁନାହିଁ l ଏହି ପରି ପେଖି ରେ ନଦୀ ଉପର ପାର୍ଶ୍ଵରେ ଡାଇଭ ସନ କରି ଠିକା ଦାର ଅସ୍ଥlଇ ପୋଲ ନିର୍ମାଣ କରିଛନ୍ତି l ଯାହାକି ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଟି ଭାସି ଯାଇଛି l ଫଳରେ ଆଡ଼ିମାହା ପଂଚାୟତର ୬ ଟି ୱାର୍ଡ ଡୁଡୁଗୁମ, ଶକୁସବାଲି,ନୁଆଁ ପଦର, ଲିଙ୍ଗର ସାହି, କୁଟୁ ଡୁପା, ଜାର୍ଗୀ, ବେଡିପଦର, ସିଟୁ ପାଜି,ବାହ୍ୟ ଜଗତରୁ ବିଛିନ୍ନ ହୋଇଛି l ଉକ୍ତ ଗ୍ରାମର ଛାତ୍ର ଛାତ୍ରୀ ମହାସିଂ ବିଦ୍ୟାଳୟକୁ ଶିକ୍ଷା ଅଧ୍ୟୟନ ପାଇଁ ଯାଇ ପାରି ନାହାଁନ୍ତି l ଏବଂ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ପାରୁ ନାହିଁ l ଏହା ସହ ଚାରି ମାସ ପୂର୍ଵ ନିର୍ମାଣ ହୋଇଥିବା ପାଞ୍ଚ କିମି କିମି ପିଚୁ ରାସ୍ତା ଧୋଇ ହେବା ସହ ଫାଟ ହୋଇ ଦବି ଯାଇଥିବା ଯୋଗୁଁ ଲୋକେ ଘରୁ ବାହାରକୁ ବାହାରି ପାରୁନ ଥିବା ଗ୍ରାମ ବାସି ଅରୁଣ ଡିଗାଲ ଅଭିଯୋଗ କରିଛନ୍ତି l ସରକାରଙ୍କ ନିୟମ ଅନୁଯାଇ ପୋଲ ନିର୍ମାଣ ନିମନ୍ତେ ସୂଚନା ଫଳକ ଲଗାଇ ବାର ନିୟମ ରହିଥିବା ବେଳେ ଠିକା ଦାର ଜଣଙ୍କ ବିନା ସୂଚନା ଫଳକରେ କୋଟି କୋଟି ଟଙ୍କା ରେ ନିର୍ମିତ ପୋଲ ଏବଂ ରାସ୍ତା ନିର୍ମାଣ ଚଳାଇ ଛନ୍ତି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ କରିବା ନିମନ୍ତେ ଶଙ୍କର ମଲିକ, ରମା ନାୟକ, ଅରୁଣ ଡିଗାଲ ଗ୍ରାମ ବାସି ପ୍ରମୁଖ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *