ଡକାୟତି ଉଦ୍ୟମ , ୪ ଗିରଫ

ସୁବର୍ଣ୍ଣପୁର — ଡ଼କାୟତି ପାଇଁ ଉଦ୍ୟମ କରୁଥିବା ବେଳେ ସୋନପୁର ବ୍ଲକ ଲଛିପୁର ପୁଲିସ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି l ଅଭିଯୁକ୍ତ ମାନେ ହେଲେ ମୁକେଶ କଲେତ୍ (୩୭), ଆନନ୍ଦ କଲେତ୍ (୧୯), କସରତ କୁମ୍ଭାର (୪୨), ପ୍ରଶାନ୍ତ କୁମ୍ଭାର (୨୫) l ପୁଲିସ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ଼ ୧୧ ଟା ବେଳେ ଲଛିପୁର ପୁଲିସ୍ ଲୁପୁରସିଂହl , ଭୂର୍ଷlପାଲି,ଦlବପlଲି ଅଂଚଳ ରେ ପେଟ୍ରlଲିଂ ସାରି ଲଛିପୁର ଫେରୁଥିବା ବେଳେ ଦାବପାଲି ନର୍ସରୀ ଠାରେ ୪-୫ ଯୁବକ ଠିଆ ହୋଇଥିଲେ l ପୁଲିସ ତାଙ୍କୁ ପଚରlଉଚରା କଲାବେଳେ ସେମାନେ ଡ଼କାୟତି ଉଦ୍ୟମ କରୁଥିବା କହିଥିଲେ l ପୁଲିସ ସେଠାରୁ ତାଙ୍କୁ ଗିରଫ କରିବା ସହ ୪ଟି ମୋବାଇଲ , ସି ଜି -୧୫ ଏକେ ୩୯୧୮ ହୋଣ୍ଡା ସୀଇନ୍ ମୋଟରସାଇକେଲ, ୧ଗୋଟ୍ ଖଣ୍ଡା ସହ ଡ଼କାୟତି ପାଇଁ ବ୍ୟବହାର ସାମଗ୍ରୀ ଜବତ କରିଥିଲା l ସୋମବାର ଦିନ ଅଭିଯୁକ୍ତ ମାନଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଲଛିପୁର ଥାନାଧିକାରୀ ଭୋଜରlଜ ସା ସୂଚନା ଦେଇଛନ୍ତି l ପୁଲିସ ର ଏହି ପେଟ୍ରlଲିଂ ରେ ଏ ଏସ ଆଇ କୈଳାଶ ଚନ୍ଦ୍ର ସାହୁ, ହାବିଲଦାର ବୁରୁଣ୍ଡିଆନ୍ ପଞ୍ଚ ବିହାର, ସି/୧୯୯ କୈବଲ୍ୟ ମାଟି, ସି/୨୦୯ ପ୍ରୁଥିରାଜ କୁଁଅର, ସି/୩୫୧ ଧର୍ମେନ୍ଦ୍ର ସାହୁ, ସି/୩୪୦ ସତ୍ୟବତୀ ବାରିକ, ଏଚ୍ ଜି ଡ୍ରାଇଭର ବିକ୍ରମ କିଶୋର ଦାଶ ସାମିଲ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର