February 11, 2026
Home » ଡକାୟତି ପାଇଁ ବ୍ୟବହୃତ ହେବାକୁ ଥିବା ୨ ବନ୍ଧୁକ ସହ ଜୀବନ୍ତ ଗୁଳି ଓ ବୋମା ଜବତ୍, ତିନି ଅଭିଯୁକ୍ତ ଗିରଫ

ଡକାୟତି ପାଇଁ ବ୍ୟବହୃତ ହେବାକୁ ଥିବା ୨ ବନ୍ଧୁକ ସହ ଜୀବନ୍ତ ଗୁଳି ଓ ବୋମା ଜବତ୍, ତିନି ଅଭିଯୁକ୍ତ ଗିରଫ

0
WhatsApp Image 2026-02-10 at 6.00.35 PM

ସୁବର୍ଣ୍ଣପୁର — ସୋମବାର ସନ୍ଧ୍ୟା ରେ ସୋନପୁର ପୋଲିସ କୌଣସି ସୂତ୍ର ରୁ ଖବର ପାଇଲେ ଯେ, 5/6 ଜଣ ସନ୍ଦିଗ୍ଧ ବ୍ୟକ୍ତି ମାରଣାସ୍ତ୍ର ଧରି ଡକାୟତି ଉଦ୍ୟମ କରୁଛନ୍ତି। ବିଜୁ ପଟ୍ଟନାୟକ ଛକ ନିକଟ ରେ ଏକ କାର ଯାହାର ନମ୍ୱର୍ OR -O5 AD 0933 କୁ କୌଶଳ କ୍ରମେ ପୋଲିସ ଟିମ ଅଟକାଇ ଯାଞ୍ଚ କରିବାରୁ ମାରଣାସ୍ତ୍ର ସହିତ ତିନି ଅଭିଯୁକ୍ତ ଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା। ଗାଡ଼ି ର ଚାଳକ ବୀରମହାରାଜପୁର ର ଭିକି ଓରଫ୍ ଶୁଭମ୍ ପ୍ରିତମ ହୋତା ଙ୍କ ଠା ରୁ ୧ ବନ୍ଧୁକ ସହ ୪ଟି ଗୁଳି, ଏସ. ପତ୍ରାପାଲି ସ୍ଥିତ କପାଶିରା ଗ୍ରାମର ଦେବାଶିଷ ପଣ୍ଡା ଙ୍କ ଠାରୁ ଗୋଟିଏ ଛୁରୀ ମିଳିଥିଲା l ସେହିପରି ସୋନପୁର ବ୍ଲକ୍ ଛକ ର ସୋନୁ ଓରଫ ଶୁଭ୍ରାଂଶୁ ଶେଖର କୁମ୍ଭାର ଙ୍କ ଠା ରୁ ୧ ଦେଶୀ ବନ୍ଧୁକ ସହ ୨ ଟି ଜୀବନ୍ତ ଗୁଳି ଜବତ କରିଛି ସୋନପୁର ପୋଲିସ ।

 

ପରେ ପରେ ପୋଲିସ ଉକ୍ତ କାର କୁ ତଲାସି ସମୟ ରେ ଏକ ଛୋଟ କୁରାଢି ସହ ଜୀବନ୍ତ ବୋମା ଜବତ୍ କରୁଥିବା ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ସୋନପୁର ପୋଲିସ ଅସ୍ତ୍ର ଓ ଗୋଳାବାରୁଦ ଅଧିନିୟମ ଅନୁଯାୟୀ ସୋନପୁର ଥାନା କେସ ନମ୍ୱର୍ 48/dt.09/02/2026 U/s-310(4)/310(5)BNS /sec 25(1-A)ଆର୍ମସ ଆକ୍ଟ /sec -9( b) Explosive ଆକ୍ଟ ରେ ମାମଲା ରେ ରୁଜ୍ଜୁ କରି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ. ପତ୍ରାପାଲି ଗ୍ରାମର ଦେବାଶିଷ ପଣ୍ଡା (28), ସୋନପୁର ବ୍ଲକ ଛକ ର ସୋନୁ ଓରଫ ଶୁଭ୍ରାଂଶୁ ଶେଖର କୁମ୍ଭାର (26) ଓ ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଳ ଗ୍ରାମର ଭିକି ଓରଫ ଶୁଭମ ପ୍ରିତମ ହୋତା (25) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *