ଡବଲ ମୃତ ପ୍ରମାଣ ପତ୍ର କରି ଲକ୍ଷାଧିକ ଟଙ୍କା ହଡ଼ପ ନେଇ ଅଭିଯୋଗ ଆଣିଲେ ବିଏସ୍ପୀ ଜିଲ୍ଲା ସଭାପତି ଜିତୁ ଯାକେଶିକା ‘ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଗୁପ୍ତ କାର୍ଯ୍ୟକଳାପ ପୁଣିଥରେ ସାମ୍ନାକୁ ଆସୁଛି”

ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ରାୟଗଡ଼ା ଜିଲ୍ଲାରେ ଶ୍ରମିକଙ୍କ ମୃତ୍ୟୁକାଲୀନ ଲକ୍ଷାଧିକ ଟଙ୍କା ହରିଲୁଟି ହୋଇଥିବା ନେଇ ପୁଣି ଥରେ ଅଭିଯୋଗ ଆସିଛି । ବହୁଜନ ସମାଜବାଦି ପାର୍ଟିର ଜିଲ୍ଲା ସଭାପତି ଜିତୁ ଜାକେଶିକାଙ୍କ ନେତୃତ୍ୱରେ ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତର ପାଞ୍ଚଟି ଗ୍ରାମରୁ ଛଅଜଣ ଡଙ୍ଗରିଆ ବିଧବା ମହିଳାଙ୍କୁ ରାୟଗଡ଼ା ଆଣିଥିଲେ । ସେମାନେ ହେଲେ ମୁନିଖଲ ପଞ୍ଚାୟତର ସନ ବଡଙ୍ଗୁନି ଗ୍ରାମରୁ ବିଧବା ରୁପୁଲି ସିକକା, ଗୋଲାପଲା ଗ୍ରାମରୁ ନେନେ କୃଷିକା, ମୁଟଙ୍ଗୁ ଗ୍ରାମର ଫୁଲ୍ମେ କାଦ୍ରାକା, ମୁଣ୍ଡା ଗ୍ରାମରୁ ତେଲାରି ସିକକା, ଡମୁଣିପଙ୍ଗାରୁ ରମେଶ କାଡ୍ରାକା, ଗୁଞ୍ଜପାଇରୁ ସାଇବା ସିକକା ଏହି ଛଅ ଗୋଟି ଗାଁରୁ ବିଧବା ଦଙ୍ଗରିଆଙ୍କୁ ଧରି ଜିତୁ ଜକେଶିକା ରାୟଗଡ଼ା ପହଞ୍ଚି ଏସପିଙ୍କ ସହ ସାକ୍ଷାତ କରିଥିଲେ ।
ଜିତୁ ଜାକେଶିକାଙ୍କ କହିବା ଅନୁଯାୟୀ ଗତ ବର୍ଷ ଡକ୍ଟର ସବ୍ୟସାଚୀ ମହାପାତ୍ର ମୃତଙ୍କୁ ଜୀବିତ କରି ପୁଣି ମୃତ ଶ୍ରମିକଙ୍କ ନାମରେ ଆଉ ଏକ ଫର୍ଜରୀ ମୃତ ପ୍ରମାଣପତ୍ର କରି ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । ଯେଉଁଥିରେ କି ସିଧା ସଳଖ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ପ୍ରିୟଦର୍ଶିନୀ ସଂପୃକ୍ତ ଥିବା ସହ ଜିଲ୍ଲାରେ ନିରୀହ ମୃତ ଶ୍ରମିକଙ୍କ ଯାହାର ଶ୍ରମ କାର୍ଡ ନକଲି କରି ପୁଣି ମୃତ ପ୍ରମାଣ ପତ୍ର ତିଆରି କରି ପ୍ରତି ମୃତ ଶ୍ରମିକଙ୍କ ପିଛା ୨ଲକ୍ଷରୁ -୨ ଲକ୍ଷ ୫୦ ହଜାର ଟଙ୍କା ହିସାବରେ ସରକାରୀ ଆର୍ଥିକ ସହାୟତା ରାଶି ହଡ଼ପ କରିଥିବା ସ୍ୱଚ୍ଛ ପ୍ରମାଣ ରହିଥିବା ବେଳେ ମୃତ କାଳୀନ ସରକାରଙ୍କ ସହାୟତା ରାଶି କୋଟିକୋଟି ଟଙ୍କା ହଡ଼ପ କରି ନିରୀହ ଶ୍ରମିକ ପରିବାରଙ୍କ ଆଖିରୁ ଲୁହ ଗଡାଇ ମୋଜା ନେଇଛନ୍ତି ।
ଏପରି ନିଷ୍ଟୁର,ନିର୍ଦୟୀ,ଭ୍ରଷ୍ଟାଚାର,ଦୁର୍ନୀତିଖର ପଦାଧିକାରୀଙ୍କ ବିରୋଧରେ ସଠିକ ଆଇନର ପରିସରଭୁକ୍ତ କରାଯାଇ ଆଇନଗତ ସଠିକ ଭାବେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯାଉ । ନଚେତ ଆଗାମି ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ଅନ୍ୟ ଯାହା ବି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଜିତୁ । ଏଥିସହ ଉକ୍ତ ବେନିୟମରେ ଲକ୍ଷାଧିକ ଟଙ୍କା ହଡପ ନେଇ ଆଜି ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତର ଛଅଜଣ ବିଧବା ଡଙ୍ଗରିଆ ମହିଳାଙ୍କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ କୁମାରଙ୍କୁ ଦେଖା କରିଛନ୍ତି। ଉକ୍ତ ଘଟଣାଟି ପୂର୍ବରୁ ତଦନ୍ତ ପରିସରରେ ଥିବା ସହ ତଦନ୍ତ ପରେ ଦୋଷୀ ପ୍ରତି ଆଇନଗତ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଜିତୁ ।
ପ୍ରକାଶ ଥାଉ କି ଯେ ବିଗତ ବର୍ଷ ଜିଲ୍ଲାରେ ୧୮୦୦ ହିତାଧିକାରୀଙ୍କ ମୃତ୍ୟୁକାଳିନ ସରକାରୀ ସହାୟତା ରାଶି ପ୍ରାୟ ୮୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହଡ଼ପ କରିଥିବା ନେଇ ଆରଟିଆଇ ଏକ୍ଟିଭିଷ୍ଟ ରବିନ୍ଦ୍ର ପାଟଖଣ୍ଡାଲ କହିଥିଲେ ।
ଓଡ଼ିଶାରେ ତଥା କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଦୁର୍ନୀତିମୁକ୍ତ ସରକାର ହେବା ନେଇ ତତ୍ ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କଡାରୁ କଡ଼ା ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ ।
ହେଲେ ଆଗାମୀଦିନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ଉକ୍ତ ଘଟଣାରେ କେତେ ତତ୍ପର ସହ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ