ଡମ୍ପର ମାଲିକ ସଙ୍ଘର ସଭାପତି ଭାବେ ଲଗାତାର ସପ୍ତମ ଥର ପାଇଁ ସପଥ ନେଲେ ବିଜୟ ନାୟକ
ପାରାଦୀପ – ପାରାଦୀପ ଅଠରବାଙ୍କି ବାଲିପ୍ଳଟ ସ୍ଥିତ ଡମ୍ପର ମାଲିକ ସଂଘର ନିର୍ବାଚନ ଗତ ନଭେମ୍ବର ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଜୟ ନାୟକ (ସଦା) ଏବଂ ତାଙ୍କ ସମର୍ଥିତ ପ୍ରାର୍ଥୀ ଙ୍କର ବିପୁଳ ବିଜୟ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଡିସେମ୍ବର ୩ ତାରିଖ ବୁଧବାର ଦିନ ସଙ୍ଘ କାର୍ଯ୍ୟାଳୟରେ ଆୟୋଜିୟ ସପଥଗ୍ରହଣ ଉତ୍ସବରେ ଡମ୍ପର ମାଲିକ ସଂଘ ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ କରିଥିଲେ। ଏଥିରେ ନବ ନିର୍ବାଚିତ ବିଜୟ ନାୟକ (ସଦା) ଲଗାତାର ଭାବେ ସପ୍ତମ ଥର ପାଇଁ ସଭାପତି ଭାବେ ଶପଥ ନେଇଥିଲେ। ସେହିପରି ସମ୍ପାଦକ ଭାବରେ ସୁରଜ କୁମାର ବାରିକ, ଉପସଭାପତି ଭାବେ ପ୍ରମୋଦ କୁମାର ନାୟକ, ସହକାରୀ ସମ୍ପାଦକ ଭାବେ ପ୍ରମୋଦ କୁମାର ସାହୁ ଓ କୋଷାଧ୍ୟକ୍ଷ ଭାବେ ଅଜୟ କୁମାର ସାମଲ ଶପଥ ପାଠ କରିଥିଲେ। ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଓଏସ୍ଏଲ୍ ଉପସଭାପତି ବିଜୟ କେତନ ଓଝା ଯୋଗଦେଇ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ପରିବହନ ନିର୍ଦ୍ଦେଶକ ପ୍ରଭାତ କୁମାର ନନ୍ଦୀ, ରିପ୍ଲେ କମ୍ପାନୀ ନିର୍ଦ୍ଦେଶକ ପ୍ରଦୀପ ଘୋଷ, ନାରୀନେତ୍ରୀ ସବିତା ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
