ଡ଼ ଆମ୍ବେଦକର ଙ୍କ ଶୋଭାଯାତ୍ରା ଦଳରେ ସାମିଲ କଳାକାର ଙ୍କ ମୃତ୍ୟୁ।

କୁଚିଣ୍ଡା : ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦରମହକୁମା ଠାରେ କୁଚିଣ୍ଡା ଉପଖଣ୍ଡ ଜାତି ଜନଜାତି ବିକାଶ ପରିଷଦ ପକ୍ଷରୁ ୧୩୪ ତମ ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବ ପାଲିତ ହୋଇଯାଇଛି।ଏହି ଅବସରରେ ଏକ ରେଲି ସାଂସ୍କୃତିକ ଦଳର ସହ କୁଚିଣ୍ଡା ସହର ପରିକ୍ରମା କରିଥିଲା। ଉପଖଣ୍ଡ ସ୍ତରୀୟ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ବାମରା ବ୍ଲକ ଉଚକାପାଟ ଗ୍ରାମପଞ୍ଚାୟତ ର ଦ୍ବାରିକା କୃଷ୍ଣ ଗୁରୁ ଦଳ ବୁରବୁଡା ଗ୍ରାମର ଜଣେ କଳାକାର ପ୍ରାୟ ୭୦ ବର୍ଷ ନାମ ସଠିକ ଜଣାପଡିନାହିଁ କଲେଜ ଓଡିଟୋରିୟମ ଭିତରେ ଭିତରେ ଗରମ ରେ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାକୁ କୁ ଅଣାଯାଇଥିଲା ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଅଂଶୁଘାତ ଜନିତ ମୃତ୍ୟୁ ଆଶଙ୍କା କରାଯାଉଛି।