ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର— ବୌଦ୍ଧ ବ୍ଲକ ବହିରା ଠାରେ ବହିରା ମଣ୍ଡଳରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି। ବହିରା ମଣ୍ଡଳ ସଭାପତି ଯୀଶୁ ପଧାନଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେପି ଉପସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାତ୍ର, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଘ ଯୋଗ ଦେଇଥିଲେ। ବରିଷ୍ଠ ବିଜେପି ନେତା ବିପିନ ବିହାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାତ୍ର ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଉପରେ ଆଲୋଚନା କରି ଦେଶ ସେବା ପାଇଁ ତ୍ୟାଗ ଶ୍ରୀ ମୁଖାର୍ଜୀ ସବୁଦିନ ପାଇଁ ମନେ ରହିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶମ୍ଭୁପ୍ରସାଦ ଗାଈଗୌରିଆ, ଗୋପୀନାଥ ମେହେର, ସୁଶାନ୍ତ ସାହୁ, ଶଙ୍କର ମହାକୁଡ଼ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..