ଡାଇନାମିକ ଷ୍ଟଡି ପଏଣ୍ଟ ରେ ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ l

ସୁବର୍ଣ୍ଣପୁର — ସୋନପୁର ସ୍ଥିତ ଡାଇନାମିକ ଷ୍ଟଡି ପଏଣ୍ଟ ରେ ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସୋନପୁର ମହାବିଦ୍ୟାଳୟ ର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ. ସୌରଭ ରଞ୍ଜନ ଖମାରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମ୍ପାନ ରେ ବିଶିଷ୍ଟ ଶିଳ୍ପପତି ତଥା କବି ଡ. ଆର୍ତ୍ତତ୍ରାଣ ବାବୁ ମୁଖ୍ୟ ଅତିଥି, ବୀରମହାରାଜପୁର ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ ଏବଂ ସୋନପୁର ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଡ. ରାଜେନ୍ଦ୍ର ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଙ୍ଗାଧର ଙ୍କ କୃତି ଓ କୃତିତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ l ଏତଦବ୍ୟତୀତ ସୁବଳୟା ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମାକାନ୍ତ ପୁରୋହିତ ” ପ୍ରଣୟ ବଲ୍ଲରୀ କାବ୍ୟରେ ସ୍ଵଭାଵ କବିଙ୍କ ସ୍ୱାଭାବିକତା “, ଏହି ଅନୁଷ୍ଠାନ ର ଓଡ଼ିଆ ଅଧ୍ୟାପକ ତଥା ବିଶିଷ୍ଟ ଐତିହାସିକ ସୁଦାମ ନାଏକ ” ତପସ୍ୱିନୀ କାବ୍ୟରେ ରାଜା ଓ ରାଜଧର୍ମ “, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ” ବିଶ୍ୱ ସାହିତ୍ୟ କଷଟି ରେ ଗଙ୍ଗାଧର “, ସୋନପୁର ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଡ. ସୁଦାମ ଦୀପ ” ଗଙ୍ଗାଧର ସାହିତ୍ୟ ର ଐତିହାସିକ ପୃଷ୍ଟ ଭୂମି ” ଏବଂ ବୀରମହାରାଜପୁର ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ଯାମିନୀ ଦାସ ” କ୍ଲାସିକ ଓ ରୋମାଣ୍ଟିକ ଚେତନା ର ସମନ୍ୱୟ ଗଙ୍ଗାଧର ଙ୍କ କାବ୍ୟମାନସ ” ପ୍ରଭୁତି ଶୀର୍ଷକ ରେ ନିଜ ନିଜର ବଳିଷ୍ଠ ଓ ସୁ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ l ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ କଣ୍ଠସ୍ଥ କରିଥିବା ତପସ୍ୱିନୀ କାବ୍ୟ ର କିଛି ଅଂଶ ଆବୃତ୍ତି କରିଥିଲେ l ଏଥିରେ ଅନୁଷ୍ଠାନ ର ସଂସ୍କୃତ ଅଧ୍ୟାପିକା ସୁଶ୍ରୀ ସୌଦାମିନୀ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁବଳୟା ମହାବିଦ୍ୟାଳୟ ର ଅର୍ଥନୀତି ଅଧ୍ୟାପକ ଦେବାଶିଷ ପଧାନ ସଭା ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ମାନସୀ ଖଣ୍ଡଗିରି, ପୂଜାରାଣୀ ସାହୁ, ପୂଜା କମ୍ପ, ରିମା ଡାଙ୍ଗ, ସ୍ୱାତୀ ସ୍ଵାଗତିକା ବାରିକ, ଅନିତା ରଣା, ସୋନାଲି ସୁନା, ଅନାମିକା ମେହେର, ସ୍ନିଗ୍ଧା ମେହେର, ପ୍ରୀତି ପ୍ରିୟଦର୍ଶିନୀ କୁମ୍ଭାର ପ୍ରଭୁତି ଅନୁଷ୍ଠାନ ର ଛାତ୍ରୀ ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତ ପରିବେଷଣ କରିଥିଲେ l ସେହିପରି ଆଦ୍ୟାଶା ଦାନୀ ଓ ତୃପ୍ତିମୟୀ ନାଏକ ଗଙ୍ଗାଧର ଙ୍କ ” ଭକ୍ତି ” କବିତା କୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..