October 23, 2025
Home » ଡାଲି ଉତ୍ପାଦନ ରେ ଭାରତ ଏକ ନମ୍ବର ସ୍ଥାନ ପାଇଛି: ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍

ଡାଲି ଉତ୍ପାଦନ ରେ ଭାରତ ଏକ ନମ୍ବର ସ୍ଥାନ ପାଇଛି: ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍

0
WhatsApp Image 2025-10-12 at 7.43.34 AM

ଛତ୍ରପୁର: ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କରକମଳ ରେ ଶନିବାର ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ପରିଷଦ ଭବନ ର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଚାଷୀମାନଙ୍କ ହିତ ସାଧନ ନିମନ୍ତେ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା କୃଷି ଓ କୃଷକ ସଶକ୍ତିକରଣଙ୍କ ପ୍ରୋତ୍ସାହନ କୁ ଉଜ୍ଜୀବିତ କରାଯାଉଛି । କୃଷକ କଲ୍ୟାଣ ବୋର୍ଡ, ଚାଷୀ ମାନଙ୍କ ହିତ ଦୃଷ୍ଟିକୁ ସରକାର ଧ୍ୟାନ ଦେଇଛନ୍ତି । ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଡାଲି ଜାତୀୟ ଶସ୍ୟ କୁ ଅଧିକ ପରିମାଣରେ ଉତ୍ପାଦନ କରାଯିବା ପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ ଜାରି ରହିଛି ।

ଏନେଇ ଡାଲି ମିଶନ ପ୍ରତିଷ୍ଠା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି । ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଦିଗରେ ଚାଷୀମାନଙ୍କ ହିତ ସାଧନ ନିମନ୍ତେ ପ୍ରୟାସ ଆରମ୍ଭ କରିଛନ୍ତି ।।ଭାରତରେ କୃଷି ଉତ୍ପାଦନ ବୃଦ୍ଧି ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ଲକ୍ଷ୍ୟ ରଖି ଏକ ବ୍ୟାପକ କୃଷି ଯୋଜନା ପ୍ରସ୍ତୁତ ରଖାଯାଇଛି l ଡାଲି ଉତ୍ପାଦନ ରେ ଭାରତ ଏକ ନମ୍ବର ସ୍ଥାନ ପାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍ ତାଙ୍କ ସମ୍ଭାଷଣ ରେ କହିଛନ୍ତି । ଭାରତବର୍ଷରେ ଆତ୍ମ ନିର୍ଭରଶୀଳତା, ଆମଦାନୀ ହ୍ରାସ ଓ ଉତ୍ପାଦନ ବୃଦ୍ଧି କରିବା l ଏହି ଯୋଜନ ଭାରତ ବର୍ଷରେ ୧.୭କୋଟି କ୍ଷୁଦ୍ର ଓ ନାମମାତ୍ର କୃଷକ ,ମହିଳା, ଏବଂ ଯୁବକ ଯୁବତୀଙ୍କୁ ନୂତନ ଜ୍ଞାନ କୌଶଳ,ତାଲିମ ପ୍ରକୃଷ୍ଟ, ବଜାର ଯୋଗେଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରାରମ୍ଭରେ ଜିଲ୍ଲାପାଳ କୀର୍ତ୍ତି ୱାସନ୍ ସମସ୍ତଙ୍କୁ ସ୍ବାଗତ କରିବା ସହ ପ୍ରଧାନ ମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଓ ଡାଲି ଉତ୍ପାଦନରେ ଭାରତ ବର୍ଷ କୁ ଆତ୍ମ ନିର୍ଭରଶୀଳ କରିବ l ଡାଲି ଉତ୍ପାଦନ ବୃଦ୍ଧି ଏବଂ ଆମଦାନୀ ହ୍ରାସ ହେବ l କୃଷି ଭାଇ ଭଉଣୀ ମାନେ ଆତ୍ମନିର୍ଭରଶୀଳ ହେବେ l ସମସ୍ତେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା, (ବାଣିଜ୍ୟ ପରିବହନ,ଖଣି ଓ ଇସ୍ପାତ ବିଭାଗ) ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ମାନ୍ୟବର ଆସ୍କା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ, ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, କବିସୂର୍ଯ୍ୟ ନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ ,ଗଞ୍ଜାମ ଜିଲ୍ଲାର କୃଷି ଭାଇ ଭଉଣୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *