December 23, 2024
Home » ଡିସେମ୍ବର ୩୦ ରେ “ଉତ୍କଳ ସମ୍ମିଳନୀ”ର ପ୍ରତିଷ୍ଠା ଦିବସ

ଡିସେମ୍ବର ୩୦ ରେ “ଉତ୍କଳ ସମ୍ମିଳନୀ”ର ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର -= :ଆସନ୍ତା ଡିସେମ୍ବର -୩୦ ତାରିଖ ଦିନ ଓଡ଼ିଆ ଅସ୍ମିତା ର ବାର୍ତାବହ “ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ “ପକ୍ଷରୁ ଯାଜପୁର ଜିଲ୍ଲାର କଲଣ ସ୍ଥିତ ମଧୁପୁର ମହାବିଦ୍ୟାଳୟ ରେ “ଉତ୍କଳ ସମ୍ମିଳନୀ” ର ୧୨୧ତମ ପ୍ରତିଷ୍ଠା ଦିବସ ମହାଡମ୍ବର ସହ ପାଳିତ ହେବାକୁ ଯାଉଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଓଡ଼ିଶାର ଚାରିଜଣ ବରପୁତ୍ର ଉତ୍କଳମଣି ଗୋପବନ୍ଧୁ, ସହିଦ ଜୟୀ ରାଜଗୁରୁ,ମା ‘ରମାଦେବୀ,ଓ ମଧୁପୁର ଗଡଜାତ ର ଆଦର୍ଶ ପ୍ରଜାପ୍ରେମୀ ରାଜା ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନନ୍ୟ ସାଧକ ବୀରବର ନାରାୟଣ ଚନ୍ଦ୍ର ଧୀରନରେନ୍ଦ୍ର ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ସହ ଏକ ଆଲୋଚନା ଚକ୍ର “ଓଡ଼ିଆ ଅସ୍ମିତା ଓ କୁଳବୃଦ୍ଧ ମଧୁସୂଦନ ” ଅନୁଷ୍ଠିତ ହେବ। ମଧୁପୁର ରାଜ ପ୍ରାସାଦ ରୁ ଭବ୍ୟ ଶୋଭାଯାତ୍ରା ରେ ଏକ ପ୍ରଜ୍ବଳିତ ଜ୍ୟୋତି ବାହାରି ଐତିହାସିକ ଅଲଣ ଗ୍ରାମରେ ଉକ୍ତ ଜ୍ୟୋତି କୁ ପାରମ୍ପରିକ ରୀତିରେ ଶଙ୍ଖ,ବେଦପାଠ,ହରିବୋଲ ହୁଳହୁଳି ଧ୍ଵନିରେ ସ୍ୱାଗତ ଓ ପୂଜାର୍ଚନା କରାଯାଇ ମହାବିଦ୍ୟାଳୟ ପରିସରରେ ସ୍ଥାପନା କରାଯିବ। ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଂକୁ ସମ୍ମାନିତ କରାଯିବ। ଏହି ସାଂସ୍କୃତିକ ମହୋତ୍ସବ ରେ ବହୁ ସଂଖ୍ୟାରେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିବାକୁ “ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ” ଓ “ଉତ୍କଳ ସ୍ୱାଭିମାନ ମଞ୍ଚ ” ପକ୍ଷରୁ ନିରଞ୍ଜନ ସାହୁ, ଓ ରାଧାକାନ୍ତ ଦାସ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

You may have missed